କନକ ବ୍ୟୁରୋ: ଗିରିଫ ହେଲେ କାମାକ୍ଷାନଗର ଉପ-ଜିଲ୍ଲାପାଲ ନାରାୟଣ ଚନ୍ଦ୍ର ନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାବୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ବାବୁଙ୍କ ବିଭିନ୍ନ ଠିକଣା ଉପରେ ଗତକାଲି ଚଢ଼ାଉ କରିଥିଲା ଭିଜିଲାନ୍ସ । ନାରାୟଣ ଚନ୍ଦ୍ର ନାୟକଙ୍କ ଘରୁ ନଗଦ ୧ ଲକ୍ଷ ୪୮ ହଜାର ଟଙ୍କା ସମେତ ୩୬୬ଗ୍ରାମ୍ ସୁନା ଅଳଙ୍କାର ଜବତ ହୋଇଥିଲା । ଭୁବନେଶ୍ୱର ଝାରପଡା ସ୍ଥିତ ବାସଭବନରୁ ମିଳିଛି ଏତେ ପରିମାଣରେ ସୁନା ଅଳଙ୍କାର । ଏଥିସହ ଝାରପଡ଼ାରେ ୨ କୋଟି ୮୦ ଲକ୍ଷ ଟଙ୍କାରେ ଜମି କିଣିଥିଲେ ଉପ-ଜିଲ୍ଲପାଳ ନାରାୟଣ ନାୟକ । ୩ଟି ବହୁତଳ ପ୍ରାସାଦ, ଭୁବନେଶ୍ୱରରେ ୭ଟି ସମେତ ୧୪ଟି ଦାମୀ ପ୍ଲଟ୍, ୩୪ଲକ୍ଷ ୫୭ ହଜାରର ବ୍ୟାଙ୍କ ଡିପୋଜିଟ୍ ଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଏନେଇ ଆଜି ତାଙ୍କୁ ଗିରଫ କରାଯାଇଛି।