କନକ ବ୍ୟୁରୋ : ସିସିଟିଭି ସ୍କାନରରେ ରହିବ ପୂରା ସହର । ଦିନକୁ ଦିନ ବଢ଼ୁଥିବା ଜନସଂଖ୍ୟା ଓ ଆପରାଧିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ପ୍ରତ୍ୟେକ ସ୍ଥାନରେ ଲାଗିଥିଲା ସିସିଟିଭି । ହେଲେ ଅଳ୍ପ କିଛି ବର୍ଷ ଚାଲିବା ପରେ ସିସିଟିଭି ଗୁଡ଼ିକ ଅଚଳ ହୋଇପଡ଼ିଛି । ଯାହା ଦ୍ୱାରା ସହରବାସୀ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ।
ଅପରାଧକୁ ନିୟନ୍ତ୍ରଣ କରାଯିବ, ସହରବାସୀ କିପରି ସୁରକ୍ଷିତରେ ଚଳପ୍ରଚଳ କରିପାରିବେ । ଏସବୁକୁ ଦୃଷ୍ଟିରେ ରଖି ୫ ବର୍ଷ ତଳେ କାମାକ୍ଷାନଗର ଏନ୍ଏସି ପକ୍ଷରୁ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ସହରର ପ୍ରତ୍ୟେକ ସ୍ଥାନରେ ଲଗାଯାଇଥିଲା ସିସିଟିଭି । ଏହାଦ୍ୱାରା ଅନେକାଂଶରେ ଆପରାଧିକ କାର୍ଯ୍ୟକଳାପକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିଥିଲା । ହେଲେ ଏବେ ସହରରେ ଲାଗିଥିବା ସମସ୍ତ ସିସିଟିଭି ଅଚଳ ହୋଇପଡ଼ିଛି । ଫଳରେ ସହରବାସୀ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ।
ପ୍ରତ୍ୟେକ ଦିନ ସହରରେ ହଜାର ହଜାର ଗାଡ଼ି ଚଳପ୍ରଚଳ କରୁଛି । ସହର ଠାରୁ କିଛି ଦୂରରେ କାମାକ୍ଷାନଗର ମହାବିଦ୍ୟାଳୟ ରହିଛି । ତେଣୁ ସିସିଟିଭି ଗୁଡ଼ିକର ମରାମତି ପାଇଁ ବିଭିନ୍ନ ସଂଗଠନ ତରଫରୁ ଦାବି ଜଣାଯାଇଥିଲେ ମଧ୍ୟ ଏଯାଏଁ କିଛି ସୁଫଳ ମିଳିପାରିନି । ଅନ୍ୟପଟେ ଫଣ୍ଡ ଅଭାବରୁ ସିସିଟିଭିଗୁଡ଼ିକ ମରାମତି ହୋଇପାରିନଥିବା କହିଛନ୍ତି କାମାକ୍ଷାନଗର ଏନ୍ଏସି ନିର୍ବାହୀ ଅଧିକାରୀ । ସିସିଟିଭି ଗୁଡ଼ିକୁ ତୁରନ୍ତ ମରାମତି କରି କାର୍ଯ୍ୟକ୍ଷମ କରାଗଲେ ସହରବାସୀ ସୁରକ୍ଷିତ ଭାବେ ଚଳପ୍ରଚଳ କରିପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/21/cctv-2025-10-21-19-13-03.jpg)