କନକ ବ୍ୟୁରୋ : ରାଜ୍ୟରେ ଗୋଚାଲାଣ, ଗୋହତ୍ୟା ବନ୍ଦ କରିବାକୁ କଠୋର ହେବାକୁ ଯାଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗୋମାତା ସୁରକ୍ଷା ପାଇଁ କଡା ଆଇନ ଅଣାଯିବ । ଯେଉଁମାନେ ଗୋ ଚାଲାଣରେ ସମ୍ପୃକ୍ତ ରହିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।

Advertisment

ଏଥିସହ ଦୁଗ୍ଧଚାଷୀମାନଙ୍କୁ ପ୍ରୋତ୍ସାହିତ କରିବାକୁ ଏହି ଯୋଜନାରେ ବିଭିନ୍ନ ପ୍ରକାର ଯୋଜନା କରାଯିବ । ଉପମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି । ଯେଉଁ କମିଟିରେ ୫ଜଣ ମନ୍ତ୍ରୀ ଓ ସଚିବମାନେ ରହି ଏହି ଯୋଜନାର ରୂପରେଖ ପ୍ରସ୍ତୁତ କରୁଛନ୍ତି । ୮ଟି ବିନ୍ଦୁରେ ବିଭିନ୍ନ ବ୍ଲକରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ ।

ଏବେ ରାଜ୍ୟରେ ଏକ କୋଟି ଗାଈ ଥିବାବେଳେ ଆଗମୀ ଦିନରେ ୫୦ ହଜାର ଗାଇ ବୃଦ୍ଧି କରାଯିବ । ଗୋ ରକ୍ଷା, ଗୋ ସୁରକ୍ଷା, ଗୋ ଚାଲଣ ବନ୍ଦ ପାଇଁ କଡ଼ା ଆଇନ ଆସିବ । ଦୁଗ୍ଧ ଓ ଜୈବିକ ସାର ଉତ୍ପାଦନ ବୃଦ୍ଧି ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯିବ । ରିହାତି ଦରରେ ବାଛୁରିଙ୍କ ଖାଦ୍ୟ ଯୋଗାଣ ହେବ । ଦୁଧିଆଳି ଗାଈଙ୍କ ବୀମା ପାଇଁ ସହାୟତା ମିଳିବ ।

୧୪୨୩ କୋଟି ବ୍ୟୟ ଅଟକଳରେ କାମଧେନୁ ଯୋଜନା ହେବ । ଚାଷୀଙ୍କୁ ପ୍ରେତ୍ସାହିତ ପାଇଁ ପଞ୍ଚାୟତରେ କ୍ଷୀରଧାରା କେନ୍ଦ୍ର ହେବ । ପ୍ରତି ଗାଁରେ ଖୋଲିବ ଓମଫେଡ ଷ୍ଟଲ । ଏହି କେନ୍ଦ୍ରରେ ଚାଷିଙ୍କ ଠାରୁ କ୍ଷୀର ସଂଗ୍ରହ କରି ଅଣାଯିବ । ସଂଗୃହିତ ଦୁଗ୍ଧକୁ ପ୍ରକ୍ରିୟାକରଣ ପରେ ପ୍ଲାଣ୍ଟକୁ ପଠାଯିବ । ଏହା ସହ ଅନ୍ୟାନ୍ୟ କ୍ଷୀର ଉତ୍ପାଦ ବିକ୍ରି ହେବ । ଯାହା ଦ୍ୱାରା ଗାଁର ଲୋକଙ୍କ ନିକଟରେ ପହଞ୍ଚିପାରିବ । ଅନେକ ସମୟରେ ଗୋ ଚାଲାଣକୁ ହେଉଥିବା ଖବର ସାମ୍ନାକୁ ଆସିଥାଏ । ଯାହାକୁ ନେଇ ବାରମ୍ବାର ହିଂସା ଉପୁଜିଥାଏ । ଏହାକୁ ରୋକିବା ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଛି ।