ଶ୍ରୀକୃଷ୍ଣଙ୍କୁ ଅମର ଲଡ଼ୁ ଖୁଆଇଲେ ପକ୍ଷୀରାଜ ଗରୁଡ଼ ;  କାଳୀୟ ନାଗ ଉପରେ ଦର୍ଶନ ଦେଲେ ମହାପ୍ରଭୁ ସାକ୍ଷୀଗୋପାଳ

କାଳୀୟନାଗ ଦଂଶନରେ ମୁର୍ଚ୍ଛା ଯାଇଥିବା ଶ୍ରୀକୃଷ୍ଣଙ୍କୁ ଅମର ଲଡୁ ଖୁଆଇ ଉଠାଇଲେ ଗରୁଡ଼, କାଳୀନାଗ ଉପରେ ଦର୍ଶନ ଦେଲେ ମହାପ୍ରଭୁ ସାକ୍ଷୀଗୋପାଳ, କୃତାର୍ଥ ହେଲେ ଭକ୍ତ 

WhatsApp Image 2025-08-22 at 1.36.20 PM

କନକ ବ୍ୟୁରୋ: ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀ ତିଥିରେ ସାକ୍ଷୀଗୋପାଳ ମନ୍ଦିରରେ ପରମ୍ପରା କ୍ରମେ ଠାକୁରଙ୍କ କାଳୀୟଦଳନ ପର୍ବ ଓ ଦେବନିତୀ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମହାପ୍ରଭୁ ସାକ୍ଷୀଗୋପାଳ କାଳୀୟ ଦଳନ ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଠାକୁରଙ୍କ ଛନ୍ଦାଚରଣ ଓ ଶ୍ରୀଭୁଜକୁ ଲୁଚାଇ ସୋଲରେ ତିଆରି ଖଂଜା ଶ୍ରୀପୟର, ଚର୍ତ୍ତୁଭୁଜ ଖଞ୍ଜା ଯାଇଥିଲା । ଦର୍ଜି ଓ ମଣ୍ଡଣୀ ସୁଆଁସିଆ ସେବକ ପ୍ରସ୍ତୁତ କରିଥିବା କାଳୀୟନାଗ ଠାକୁରଙ୍କ ଚତୁଃପାର୍ଶ୍ଵରେ ଲଗାଯାଇଥିବା ବେଳେ ସପ୍ତଫେଣି ନାଗ ଉପରେ ଠାକୁର ଦଣ୍ଡାୟମାନ ହୋଇ ଗୋଟିଏ ହାତରେ ସର୍ପର ଲାଞ୍ଜ ଧରିଥିବା ଦେଖିବାକୁ ମିଳିଥିଲା।

WhatsApp Image 2025-08-22 at 1.36.21 PM

ସାକ୍ଷୀଗୋପାଳଙ୍କ ବିଜେ ପ୍ରତିମା ମଦନ ମୋହନ ଓ ଲବଣି ଚୋରା ଠାକୁର ବିମାନରେ ରଙ୍ଗଣିସାହି ସ୍ଥିତ ଲବଣିଖିଆ ମଣ୍ଡପକୁ ବିଜେ କରିଥିଲେ । ସେଠାରେ ମହାଭୋଇ କୁଳର କୂଳବଧୁ ମାନେ ଠାକୁରଙ୍କୁ ବନ୍ଦାପନା କରିଥିଲେ । ଏହି ବିଧି ସରିବା ପରେ ଠାକୁର ବିମାନରେ ରାଧାକୁଣ୍ଡକୁ ବିଜେ କରିଥିଲେ । ସେଠାରେ ପନ୍ତିଭୋଗ, ଆଳତି, ଉପଚାର ଅନୁଷ୍ଠିତ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe