ରତ୍ନସିଂହାସନ ଛାଡି ବଡଦାଣ୍ଡକୁ ଓହ୍ଲାଇ ଆସିଲେ କାଳିଆ ସାଆନ୍ତ : ଚକାଆଖିକୁ ଦେଖି ଭାବବିହ୍ବଳ ହେଲେ ଭକ୍ତ

ଜନ୍ମବେଦି ଅଭିମୁଖେ ଶ୍ରୀଜିଉ । ଭାବ ଭକ୍ତିମୟ ପରିବେଶ ଭିତରେ ଉଛୁଳୁଛି ବଡ଼ଦାଣ୍ଡ ।

JANBEDI 1

Photograph: (KANAKNEWS)

କନକବ୍ୟୁରୋ : ଜନ୍ମବେଦି ଅଭିମୁଖେ ଶ୍ରୀଜିଉ। ଭାବ ଭକ୍ତିମୟ ପରିବେଶ ଭିତରେ ଉଛୁଳୁଛି ବଡ଼ଦାଣ୍ଡ । ତିନି ରଥକୁ ଟାଣି ଟାଣି ନେଉଛନ୍ତି ଶ୍ରଦ୍ଧାଳୁ । ଆଜି ନିର୍ଦ୍ଧାରିତ ସମୟଠୁ ସାମାନ୍ୟ ବିଳମ୍ବରେ ସମସ୍ତ ନୀତିକାନ୍ତି ହୋଇଛି  । ପହଣ୍ଡି, ଅନ୍ୟାନ୍ୟ ନୀତିକାନ୍ତି ଓ ଗଜପତି ସୁନା ଖଡ଼ିକାରେ ଛେରାପହଁରା କରିବା ପରେ ରଥ ଟଣା ଆରମ୍ଭ ହୋଇଥିଲା ।

ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ ଗଡ଼ିଥିଲା । ଏହାପରେ ମା’ ସୁଭଦ୍ରା ଓ ସବା ଶେଷରେ ଘରଘର ନାଦରେ ଗଡ଼ିବ ନନ୍ଦିଘୋଷ ରଥ । ତାଳଧ୍ବଜ ରଥ ଏବେ ମାର୍କେଟ ଛକରେ ପହଞ୍ଚିଛି  । ସୁଭଦ୍ରାଙ୍କ ରଥ ଶ୍ରୀନଅର ପାଖେ ପହଞ୍ଚିଛି। କିଛି ସମୟ ତଳେ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇ ଏବେ ମରିଚିକୋଟ ଛକ ନିକଟରେ ପହଞ୍ଚିଛି । ରଥକୁ ଟାଣିଟାଣି ନେବା ବେଳେ ଭକ୍ତଙ୍କ ହରିବୋଲ ଓ ହୁଳହୁଳିରେ କମ୍ପୁଛି ବଡ଼ଦାଣ୍ଡ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe