କଳାହାଣ୍ଡି ଫରେଷ୍ଟରଙ୍କ ଆତ୍ମହତ୍ୟା ମାମଲା; ନିଲମ୍ୱିତ ହେଲେ ରାୟଗଡ଼ା ବନତତ୍ତ୍ୱ ଡିଏଫ୍‌ଓ

Advertisment

ନିଲମ୍ୱିତ ହେଲେ ରାୟଗଡା ଡିଭିଜନର ଡିଏଫଓ ଦେବେନ୍ଦ୍ର ବେହେରା । ଦୁଇଦିନ ଜେରା ପରେ ଡିଏଫଓଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ନିଲମ୍ୱିତ ହେଲେ ରାୟଗଡା ଡିଭିଜନର ଡିଏଫଓ ଦେବେନ୍ଦ୍ର ବେହେରା । ଦୁଇଦିନ ଜେରା ପରେ ଡିଏଫଓଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Rayagada DFO Suspended

କନକ ବ୍ୟୁରୋ : କଳାହାଣ୍ଡି ଫରେଷ୍ଟରଙ୍କ ଆତ୍ମହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ । ନିଲମ୍ୱିତ ହେଲେ ରାୟଗଡା ଡିଭିଜନର ଡିଏଫଓ ଦେବେନ୍ଦ୍ର ବେହେରା । ଦୁଇଦିନ ଜେରା ପରେ ଡିଏଫଓଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଶନିବାର ଦେବେନ୍ଦ୍ର ବେହେରାଙ୍କୁ ୪ ଘଂଟାର ମାରାଥନ ଜେରା କରିଥିଲା କଳାହାଣ୍ଡି ପୁଲିସ । ଦେବେନ୍ଦ୍ର ସଞ୍ଜୟଙ୍କୁ ନିର୍ଯାତନା ଦେବା ସହ ପିସି କାରବାର ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତ ସଞ୍ଜୟଙ୍କ ପତ୍ନୀ ଓ ପରିବାର ଲୋକେ । ସଞ୍ଜୟଙ୍କ ମୃତ୍ୟୁ ପାଇଁ ଡିଏଫଓଙ୍କୁ ଦାୟି କରିଛନ୍ତି । ଏହି ଘଟଣା ପରେ ଡିଏଫଓ କାର୍ୟ୍ୟକୁ ଆସୁ ନଥିବାରୁ ସନ୍ଦେହ ବଢ଼ିଛି ।

ଶନିବାର କୋର୍ଟରୁ ଅନ୍ତରିଣ ସୁରକ୍ଷା ନେଇ ଭବାନୀପାଟଣା ଟାଉନ ଥାନାରେ ହାଜର ହୋଇଥିଲେ ଦେବେନ୍ଦ୍ର ବେହେରା । ଏଠି ପ୍ରଶ୍ନ ଉଠୁଛି ପୋଲିସ ତଦନ୍ତକୁ କାହିଁକି ଡରୁଛନ୍ତି ଡିଏଫଓ ? କୋର୍ଟରୁ ଅନ୍ତରୀଣ ସୁରକ୍ଷାର ଆବଶ୍ୟକତା କାହିଁକି ପଡ଼ିଲା ? ନିର୍ୟାତନା ଓ ପିସି କାରବାରରେ ସମ୍ପୃକ୍ତ ଥିଲେ କି ଡିଏଫଓ ? ପୋଲିସ ତଦନ୍ତ ପରେ ଖୁବଶୀଘ୍ର ରହସ୍ୟରୁ ହଟିବ ପରଦା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe