କନକ ବ୍ୟୁରୋ: କଳାହାଣ୍ଡିର ଫରେଷ୍ଟର ସଞ୍ଜୟ ନାୟକ ଆତ୍ମହତ୍ୟା ଘଟଣା । ରାୟଗଡ଼ା ଡିଏଫଓଙ୍କୁ ପୋଲିସର ମାରାଥନ ଜେରା । କୋର୍ଟରୁ ଅନ୍ତରୀଣ ସୁରକ୍ଷା ପରେ ଡିଏଫଓ ଦେବେନ୍ଦ୍ର ବେହେରା ଗତକାଲି ଭବାନୀପାଟଣା ଟାଉନ ଥାନାରେ ହାଜର ହୋଇଥିଲେ । ଭବାନୀପାଟଣା ଟାଉନ ପୋଲିସ ଥାନାରେ ଏସଡିପିଓ ତାଙ୍କୁ ଗୁଡାଇ ତୁଡାଇ ଦୀର୍ଘ ସମୟ ଜେରା କରିଥିବା ସୂଚନା ମିଳିଛି । ଡିଏଫଓ ମୃତ ଫରେଷ୍ଟରଙ୍କୁ ପିସି ମାଗି ନିର୍ୟ୍ୟାତନା ଦେଉଥିବା ଅଭିଯୋଗ କରିଥିଲେ ମୃତକଙ୍କ ପତ୍ନୀ । ରାୟଗଡା ଡିଏଫଓ ଦେବେନ୍ଦ୍ରଙ୍କ ସହ ଏସିଏଫ ରଜନୀ କାନ୍ତ ରାଓ, ରାୟଗଡା ଏରିଆ ରେଞ୍ଜର ପ୍ରକାଶ ରଥଙ୍କୁ ବି ଜେରା କରାଯାଇଛି । ଆଜି ମଧ୍ୟ ଡିଏଫଓଙ୍କୁ ଜେରା କରାଯିବ ବୋଲି ସୂଚନା ମିଳିଛି ।
କଳାହାଣ୍ଡି ଫରେଷ୍ଟର କଲେ ଆତ୍ମହତ୍ୟା ; ଡିଏଫଙ୍କୁ ମାରାଥନ୍ ଜେରା ।
କଳାହାଣ୍ଡିର ଫରେଷ୍ଟର ସଞ୍ଜୟ ନାୟକ ଆତ୍ମହତ୍ୟା ଘଟଣା । ରାୟଗଡ଼ା ଡିଏଫଓଙ୍କୁ ପୋଲିସର ମାରାଥନ ଜେରା । କୋର୍ଟରୁ ଅନ୍ତରୀଣ ସୁରକ୍ଷା ପରେ ଡିଏଫଓ ଦେବେନ୍ଦ୍ର ବେହେରା ଗତକାଲି ଭବାନୀପାଟଣା ଟାଉନ ଥାନାରେ ହାଜର ହୋଇଥିଲେ ।