କନକ ବ୍ୟୁରୋ: ଚଳିତ କଳାହାଣ୍ଡି କପ୍‌ରେ ଶନିବାର ଝାରସୁଗୁଡ଼ା ୩ ୱିକେଟ୍‌ରେ ଗଞ୍ଜାମକୁ ପରାସ୍ତ କରିଛି । ସ୍ଥାନୀୟ ରେଭେନ୍‌ସା ଗ୍ରାଉଣ୍ଡ-୧ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଗଞ୍ଜାମ ବି.  ସନ୍ତୋଷ କୁମାର ପାତ୍ର (୮୪) ଓ କେ ଈଶ୍ବର ପ୍ରସାଦ (୫୨)ଙ୍କ ଅର୍ଦ୍ଧଶତକ ବଳରେ ୮ ୱିକେଟ୍‌ ହରାଇ ୨୧୮ ରନ୍‌ କରିଥିଲା । ଝାରସୁଗୁଡ଼ା ପକ୍ଷରୁ ଆର୍ଯ୍ୟନ ତିୱାରୀ ୫/୪୭ ବୋଲିଂ ସଫଳତା ପାଇଥିଲେ । ଜବାବରେ ଝାରସୁଗୁଡ଼ା ୪୭.୧ ଓଭରରେ ୭ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା । ଝାରସୁଗୁଡ଼ାର ଅର୍ଣ୍ଣବ ମହାମ୍ବ୍ରେ (୭୯) ଓ ସଚିନ ଶ୍ରେଷ୍ଠ (୫୯) ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଗଞ୍ଜାମ ପକ୍ଷରୁ ରୋହିତ ସାଗର ଓ କାଳିଆ ସାହୁ ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ଆର୍ଯ୍ୟନଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା । 

Advertisment

ଏହା ବି ପଢ଼ନ୍ତୁ:ରବିବାର ବଡ଼ ଲଢ଼େଇ, ଇଡେନ୍‌ରେ ଭାରତ-ଇଣ୍ଡିଜ୍‌ ଟକ୍କର