କାଳବୈଶାଖୀର ତାଣ୍ଡବ;ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି

Advertisment

କାଳବୈଶାଖୀ ବର୍ଷା ତାତିରୁ ଆଶ୍ବସ୍ତି ଦେଇଛି ସତ, ହେଲେ ଏହାର ତାଣ୍ଡବରେ ବ୍ୟାପକ କ୍ଷୟକ୍ଷତି ସହ ଜୀବନ ବି ଯାଉଛି । ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

କାଳବୈଶାଖୀ ବର୍ଷା ତାତିରୁ ଆଶ୍ବସ୍ତି ଦେଇଛି ସତ, ହେଲେ ଏହାର ତାଣ୍ଡବରେ ବ୍ୟାପକ କ୍ଷୟକ୍ଷତି ସହ ଜୀବନ ବି ଯାଉଛି । ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

7PM7ାୈ

Photograph: (kanaknews)

କନକ ବ୍ୟୁରୋ : କାଳବୈଶାଖୀ ବର୍ଷା ତାତିରୁ ଆଶ୍ବସ୍ତି ଦେଇଛି ସତ, ହେଲେ ଏହାର ତାଣ୍ଡବରେ ବ୍ୟାପକ କ୍ଷୟକ୍ଷତି ସହ ଜୀବନ ବି ଯାଉଛି । ନିଆଳି ଅଞ୍ଚଳରେ କାଳବୈଶାଖୀରେ ଜଣେ ମହିଳାଙ୍କ ଜୀବନ ଯାଇଛି । ନଡିଆ ଗଛ ପଡି ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି କୃଷ୍ଣପ୍ରସାଦ ନୂଆବେତେଣ୍ଡା କୂଳଗାଁର କୁନି ଲତା ସାହୁ । ବର୍ଷା ସମୟରେ ଗାଈକୁ ଗୁହାଳକୁ ନେବା ବେଳେ ନଡିଆ ଗଛ ପଡି ଯାଇଥିଲା । କୁନିଙ୍କ ସହ ଗାଈର ମଧ୍ୟ ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । 

ବାରମ୍ବାର ଝଡବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ୨ଦିନ ପୂର୍ବରୁ ଭଟଲି ବ୍ଲକ ଅନ୍ତର୍ଗତ ହଳଦୀପାଲି ଗ୍ରାମରେ କାଳବୈଶାଖୀ ପ୍ରଭାବରେ କୁଆପଥର ମାଡ଼ରେ ଫସଲକ୍ଷତି ହୋଇଥିଲା । ତାର କ୍ଷୟକ୍ଷତି ଆକଳନ ଠିକ ଭାବେ ନ ସରୁଣୁ ଶନିବାର ପୁଣି କାଳବୈଶାଖୀ ଫସଲ ଉଜାଡ଼ିଦେଇଛି । ଭଟଲି ବ୍ଲକ ଅନ୍ତର୍ଗତ ନାରଙ୍ଗପୁର ପଞ୍ଚାୟତର ଜୟପୁର, ଝିକିଝିକି, କହେନମୁଣ୍ଡା, ଗୌରପାଲି, ନାରଙ୍ଗପୁର, ବିଛୁଆଁ, କାଶିପାଲି, ସାନ ଅମ୍ଳିପାଲି ଗ୍ରାମରେ କୁଆପଥର ମାଡ଼ରେ ଧାନ ଓ ପରିବା ଫସଲ ନଷ୍ଟ ହୋଇଛି । ଧାନ କେଣ୍ଡାରେ କୁଆପଥର ମାଡ ହେବାରୁ ତାହା ଝଡ଼ି ପଡ଼ିଛି,ଫଳରେ ଚାଷୀଙ୍କ ଚିନ୍ତା ବଢ଼ିଛି । 

କାଳବୈଶାଖୀ କେନ୍ଦୁପତ୍ର ତୋଳାଳୀଙ୍କ ନିଦ ହଜାଇଦେଲାଣି । ପବନ ସହ ଘଡ ଘଡି ବର୍ଷା ଫଳରେ କେନ୍ଦୁପତ୍ର ଉତ୍ପାଦନରେ ବାଧା ପହଞ୍ଚିଛି । ଧମା କେନ୍ଦୁପତ୍ର ବନାଞ୍ଚଳ ଗଡ଼ଲୋଇସିଂହ ଅଞ୍ଚଳରେ ବ୍ୟାପକ ପରିମାଣରେ ଶୁଖିଲା କେନ୍ଦୁପତ୍ର ପବନରେ ଉଡିଯାଇ ନଷ୍ଟ ହୋଇଛି । ଗଡ଼ଲୋଇସିଂହ ଫରେଷ୍ଟର ନିଜ ସେକସନ ଷ୍ଟାଫ୍‌ଙ୍କ ସହ ସମସ୍ତ ଶୁଖିଲା ପତ୍ରକୁ ସଂଗ୍ରହ କରିବାର ଦେଖିବାକୁ ମିଳିଛି ।         

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe