କାଳବୈଶାଖୀର ତାଣ୍ଡବ, ବଜ୍ରାଘାତରେ ଜଳିଗଲା ନଡ଼ିଆ ଗଛ

Advertisment

ଖୋର୍ଦ୍ଧା ଓ ନବରଙ୍ଗପୁରରେ କାଳବୈଶାଖୀରେ ଜଳିଗଲା ନଡ଼ିଆ ଗଛ ।

ଖୋର୍ଦ୍ଧା ଓ ନବରଙ୍ଗପୁରରେ କାଳବୈଶାଖୀରେ ଜଳିଗଲା ନଡ଼ିଆ ଗଛ ।

 କାଳବୈଶାଖୀ: ଗଛ ଭାଙ୍ଗିଲା, ଗଛ ଜଳିଲା

କାଳବୈଶାଖୀ: ଗଛ ଭାଙ୍ଗିଲା, ଗଛ ଜଳିଲା Photograph: (kanakNews)

କନକ ବ୍ୟୁରୋ:  ବଜ୍ରାଘାତରେ ଜଳିଗଲା ନଡ଼ିଆ ଗଛ । ଖୋର୍ଦ୍ଧା ଜିଲ୍ଲା ବାଘମାରି ଗୌଡ଼ ସାହିରେ ଶନିବାର ଅପରାହ୍ନରେ ପ୍ରବଳ ବର୍ଷା ସହ ଘଡ଼ ଘଡି ବିଜୁଳି ମାରିଥିଲା। ଏହି ସମୟରେ ବିଜୁଳି ମାରିବାରୁ ନଡ଼ିଆ ଗଛଟି ଜଳି ଉଠିଥିଲା ।

ସୌଭାଗ୍ୟ ବସତଃ କାହାର କୌଣସି କ୍ଷତି ହୋଇ ନଥିଲା । ସେହିପରି ନବରଙ୍ଗପୁର ଜିଲ୍ଲାରେ କାଳ ବୈଶାଖୀ ପ୍ରଭାବରେ ପବନ ଓ ବର୍ଷା ହୋଇଛି । ଉମରକୋଟ ବ୍ଲକ ଖାଣ୍ଡା ପଂଚାୟତର ଛଞ୍ଚାଣବେଢା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ବାଡ଼ିରେ ଥିବା ଦୁଇଟି ନଡ଼ିଆ ଗଛ ବଜ୍ରାଘାତରେ ହୁତ ହୁତ ହୋଇ ଜଳି ଉଠିଥିଲା । କିଛି ସମୟ ଜଳିବା ପରେ ବର୍ଷା ଯୋଗୁଁ ନିଆଁ ଆପେ ଆପେ ଲିଭିଯାଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe