କନକ ବ୍ୟୁରୋ: ବଜ୍ରାଘାତରେ ଜଳିଗଲା ନଡ଼ିଆ ଗଛ । ଖୋର୍ଦ୍ଧା ଜିଲ୍ଲା ବାଘମାରି ଗୌଡ଼ ସାହିରେ ଶନିବାର ଅପରାହ୍ନରେ ପ୍ରବଳ ବର୍ଷା ସହ ଘଡ଼ ଘଡି ବିଜୁଳି ମାରିଥିଲା। ଏହି ସମୟରେ ବିଜୁଳି ମାରିବାରୁ ନଡ଼ିଆ ଗଛଟି ଜଳି ଉଠିଥିଲା ।
ସୌଭାଗ୍ୟ ବସତଃ କାହାର କୌଣସି କ୍ଷତି ହୋଇ ନଥିଲା । ସେହିପରି ନବରଙ୍ଗପୁର ଜିଲ୍ଲାରେ କାଳ ବୈଶାଖୀ ପ୍ରଭାବରେ ପବନ ଓ ବର୍ଷା ହୋଇଛି । ଉମରକୋଟ ବ୍ଲକ ଖାଣ୍ଡା ପଂଚାୟତର ଛଞ୍ଚାଣବେଢା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ବାଡ଼ିରେ ଥିବା ଦୁଇଟି ନଡ଼ିଆ ଗଛ ବଜ୍ରାଘାତରେ ହୁତ ହୁତ ହୋଇ ଜଳି ଉଠିଥିଲା । କିଛି ସମୟ ଜଳିବା ପରେ ବର୍ଷା ଯୋଗୁଁ ନିଆଁ ଆପେ ଆପେ ଲିଭିଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/04/27/kUSlXUtGxu7LNEjgfXVi.jpg)