ପଶ୍ଚିମବଙ୍ଗରେ କାଳବୈଶାଖୀ, ଭୁବନେଶ୍ବରରେ ବିମାନର ଜରୁରୀ ଅବତରଣ

Advertisment

୮ଟି ବିମାନରୁ ୬ଟି କୋଲକାତା ଫେରିଲା । ୨ଟି ଏବେ ବି ରହିଛି । ଯାତ୍ରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ।

୮ଟି ବିମାନରୁ ୬ଟି କୋଲକାତା ଫେରିଲା । ୨ଟି ଏବେ ବି ରହିଛି । ଯାତ୍ରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ।

କାଳବୈଶାଖୀ ତାଣ୍ଡବ, ଅଟକିଲା ବିମାନ

କାଳବୈଶାଖୀ ତାଣ୍ଡବ, ଅଟକିଲା ବିମାନ Photograph: (kanakNews)

କନକ ବ୍ୟୁରୋ; ଭୁବନେଶ୍ବର ବିମାନ ବନ୍ଦରରେ ଉତ୍ତେଜନା । ୧୨ ଘଣ୍ଟା ପରେ ବି ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିନାହାନ୍ତି ଯାତ୍ରୀ । ଗେଟ ସମ୍ମୁଖରେ ୨୫ରୁ ଅଧିକ ଯାତ୍ରୀଙ୍କ ହୋହଲ୍ଲା । ପାଗ ଖରାପ ଯୋଗୁଁ ଦିଲ୍ଲୀରୁ କୋଲକାତା ଯାଉଥିବା ଫେରୁଥିବା ଯାତ୍ରୀବାହୀ ବିମାନ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରିଥିଲା । ତେବେ ପାଗରେ ପରିବର୍ତ୍ତନ ଆସିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରୀମାନେ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିନାହାନ୍ତି ।

ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ କୋଲକାତା ଫେରୁଥିବା ମୋଟ ୮ଟି ବିମାନ ଭୁବନେଶ୍ବରରେ ଅବତରଣ କରିଥିଲା । ଏପର୍ଯ୍ୟନ୍ତ ୬ଟି ଫ୍ଲାଇଟ ଫେରିସାରିଥିବା ବେଳେ ୨ଟି ବିମାନର ଯାତ୍ରୀ ଅଟକି ରହିଛନ୍ତି । ଉତ୍ତେଜିତ ଯାତ୍ରୀମାନଙ୍କୁ ବୁଝାସୁଝା କରି ବିମାନକୁ ନିଆଯାଇଛି । ଖୁବ ଶୀଘ୍ର ବିମାନ ଛାଡ଼ିବା ନେଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe