କନକ ବ୍ୟୁରୋ; ଭୁବନେଶ୍ବର ବିମାନ ବନ୍ଦରରେ ଉତ୍ତେଜନା । ୧୨ ଘଣ୍ଟା ପରେ ବି ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିନାହାନ୍ତି ଯାତ୍ରୀ । ଗେଟ ସମ୍ମୁଖରେ ୨୫ରୁ ଅଧିକ ଯାତ୍ରୀଙ୍କ ହୋହଲ୍ଲା । ପାଗ ଖରାପ ଯୋଗୁଁ ଦିଲ୍ଲୀରୁ କୋଲକାତା ଯାଉଥିବା ଫେରୁଥିବା ଯାତ୍ରୀବାହୀ ବିମାନ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରିଥିଲା । ତେବେ ପାଗରେ ପରିବର୍ତ୍ତନ ଆସିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରୀମାନେ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିନାହାନ୍ତି ।

Advertisment

ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ କୋଲକାତା ଫେରୁଥିବା ମୋଟ ୮ଟି ବିମାନ ଭୁବନେଶ୍ବରରେ ଅବତରଣ କରିଥିଲା । ଏପର୍ଯ୍ୟନ୍ତ ୬ଟି ଫ୍ଲାଇଟ ଫେରିସାରିଥିବା ବେଳେ ୨ଟି ବିମାନର ଯାତ୍ରୀ ଅଟକି ରହିଛନ୍ତି । ଉତ୍ତେଜିତ ଯାତ୍ରୀମାନଙ୍କୁ ବୁଝାସୁଝା କରି ବିମାନକୁ ନିଆଯାଇଛି । ଖୁବ ଶୀଘ୍ର ବିମାନ ଛାଡ଼ିବା ନେଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।