ମହାଲକ୍ଷ୍ମୀ ବେଶରେ ମା’ ମଙ୍ଗଳା ; କାକଟପୁରରେ ଭକ୍ତଙ୍କ ପ୍ରବଳ ଗହଳି

ଚୈତ୍ରମାସ ଶେଷ ମଙ୍ଗଳବାରରେ କାକଟପୁରରେ ଭକ୍ତଙ୍କ ଭିଡ଼ । ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି ମା’ ମଙ୍ଗଳା । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା । 

Maa Mangala

Maa Mangala Photograph: (KanakNews)

କନକ ବ୍ୟୁରୋ : ଆଜି ଚୈତ୍ର ମାସର ଶେଷ ମଙ୍ଗଳବାର । ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି କାକଟପୁର ବାସିନୀ ମା’ ମଙ୍ଗଳା । ମା’ଙ୍କ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ଲମ୍ବା ଲାଇନରେ ଆସି ମା’ଙ୍କ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ମଧ୍ୟାହ୍ନରେ ପାଟୁଆ ନୃତ୍ୟ ସହ ମଧ୍ୟରାତିରେ କାଳିକା ନୃତ୍ୟ ଅନୁଷ୍ଠିତ ହେବ । ସେଥିପାଇଁ ମାଆଙ୍କ ପୀଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe