ଡିଜିଟାଲ ଯୁଗରେ ଚାଟଶାଳି ପାଠ ; ବିନା ଦକ୍ଷିଣାରେ ପଢ଼ାନ୍ତି ଦିବ୍ୟାଙ୍ଗ ଗୁରୁ

Advertisment

ଆଧୁନିକ ଯୁଗରେ ବି ବଞ୍ଚିଛି ଚାଟଶାଳି ଆଉ ଏ, ବି, ସି, ଡି ବଦଳରେ ଶୁଭୁଛି ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର । ଶିଶୁ ଜୀବନର ପ୍ରାରମ୍ଭିକ ବିଦ୍ୟା ବ୍ରହ୍ମା, ବିଷ୍ଣୁ, ମହେଶ୍ବର ଏଇଠୁ ଆରମ୍ଭ ହେଉଛି।

ଆଧୁନିକ ଯୁଗରେ ବି ବଞ୍ଚିଛି ଚାଟଶାଳି ଆଉ ଏ, ବି, ସି, ଡି ବଦଳରେ ଶୁଭୁଛି ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର । ଶିଶୁ ଜୀବନର ପ୍ରାରମ୍ଭିକ ବିଦ୍ୟା ବ୍ରହ୍ମା, ବିଷ୍ଣୁ, ମହେଶ୍ବର ଏଇଠୁ ଆରମ୍ଭ ହେଉଛି।

Kailash sir

Kailash sir Photograph: (kanak news)

କନକ ବ୍ୟୁରୋ : ଡିଜିଟାଲ ଯୁଗରେ ଚାଟଶାଳି , ଶୁଣିବାକୁ ଟିକେ ଅଜବ ଲାଗୁଛି କିନ୍ତୁ କଥାଟି ପୂରା ସତ । ଏବେ ଆଧୁନିକ ଯୁଗରେ ବି ବଞ୍ଚିଛି ଚାଟଶାଳି । ଆଉ ଏ, ବି, ସି, ଡି ବଦଳରେ ଶୁଭୁଛି ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର । ଶିଶୁ ଜୀବନର ପ୍ରାରମ୍ଭିକ ବିଦ୍ୟା ବ୍ରହ୍ମା, ବିଷ୍ଣୁ, ମହେଶ୍ବର ଏଇଠୁ ଆରମ୍ଭ ହେଉଛି।  ଆଜି ବି ଏହି ହଜିଯାଉଥିବା ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ସେମିତି ଜଣେ ବ୍ୟକ୍ତି । ନିଜେ ଦିବ୍ୟାଙ୍ଗ କିନ୍ତୁ ଅନେକ ପିଲାଙ୍କୁ ପାଠପଢ଼ାଇ ଦୁନିଆ ସାମନାରେ ଠିଆ କରିବା ଶିଖାଉଛନ୍ତି । ଜୀବନ ପାଇଁ ଲଢ଼ିବାକୁ ଦେଉଛନ୍ତି ପରାମର୍ଶ । ଶିଶୁମାନଙ୍କର ସେ ଗୁରୁ ଜଣକ ହେଉଛନ୍ତି କଟକ ଜିଲ୍ଲା ନିଆଳି ବ୍ଲକ ଷଡ଼ାଂଶ ପଂଚାୟତ କରାଙ୍ଗ ଗ୍ରାମର କୈଳାସ ଚନ୍ଦ୍ର ମହାନ୍ତି । ଦିନେ ନୁହେଁ କି ଦୁଇ ଦିନ ନୁହେଁ ପ୍ରାୟ ୪୫ ବର୍ଷ ହେଲା ସେ ଗାଁରେ ବଞ୍ଚାଇ ରଖିଛନ୍ତି ଚାଟଶାଳିକୁ । 

ବୟସର ଅପରାହ୍ନରେ ବି ସେ ଥକି ଯାଇନାହାନ୍ତି । ପରିସ୍ଥିତି ପରିବେଶକୁ ସାମ୍ନା କରି ନିଜେ ଦିବ୍ୟାଙ୍ଗ ହୋଇ ବି ହାତରେ ପେଡାଲ ମାରି ତିନି ଚକିଆ ଯାନକୁ ଚଳାଇ ଚଳାଇ ଆଗକୁ ବଢ଼ୁଛନ୍ତି । ପ୍ରତିଦିନି ସେ ଏପରି ମାଗଣାରେ ସେବା ଯୋଗାଉଛନ୍ତି । ଜ୍ଞାନ ଦେଲେ ଜ୍ଞାନ କେବେ ସରେନି । ଜ୍ଞାନ ଦେବା ଆଉ ସ୍ନେହ ମମତାରେ ଛାତ୍ରଛାତ୍ରୀ ବାନ୍ଧିବା ଭିତରେ ତାଙ୍କର ଆଜି ୬୭ ବର୍ଷ ଅତିକ୍ରମ କରିଛି । ପିଲାଙ୍କୁ ପଢ଼ାଇବା ପାଇଁ ନିଜେ ଅବିବାହିତ ରହିଗଲେ କୌଳାସ ସାର୍‌ । ଜନ୍ମରୁ ଦିବ୍ୟାଙ୍ଗ ହେଲେ ତାଙ୍କର କାର୍ଯ୍ୟ କିନ୍ତୁ ବାକି ମାନଙ୍କଠୁ ପୂରା ଅଲଗା । ନିଜେ ଚାଲି ପାରୁ ନଥିଲେ ମଧ୍ୟ ସେ ନିଜର ଦିବ୍ୟାଙ୍ଗତା ଆଗରେ ହାର ମାନି ନାହାନ୍ତି । 

ଅଧିକ ପଢ଼ନ୍ତୁ--ପଞ୍ଚାୟତ ଅଫିସରୁ ପରିବା ଦୋକାନ;ନିଜ ବାଡ଼ିରେ ପନି ପରିବା ଚାଷ କରୁଛନ୍ତି ସରପଞ୍ଚ ବାବୁ

୧୯୮୦ ମସିହାରେ କରାଙ୍ଗ ଗ୍ରାମରେ ଚାଟଶାଳି କରି କୁନିକୁନି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିଲେ । ସେତେବେଳେ ଏହି ଗାଁରେ ରାସ୍ତା ଘାଟ ନଥିଲା । ଗୋଟିଏ ଚାଳଘରେ ଚାଟଶାଳୀ କରି ପିଲାଙ୍କୁ ପାଠ ପଢ଼ାଉଥିଲେ । ପିଲାମାନେ ମୁଠି ଚାଉଳ ଦେଇ ପଢୁଥିଲେ । ସେହି ଚାଳଘରଟି ଭାଙ୍ଗିଗଲା ପରେ ଏବେ ସେ ଆଉ ଗୋଟିଏ ସ୍ଥାନରେ ପଲିଥିନ ପକାଇ ଚାଟଶାଳି କରି ପାଠ ପଢ଼ାଉଛନ୍ତି । କୈଳାସ ସାରଙ୍କ ଶିକ୍ଷାଗତ ଯୋଗ୍ୟତା ସେତେବେଳେ ୭ମ ପାସ୍‌ । ସେତେବେଳେ ଗାଁରେ ଶିକ୍ଷା ପାଇଁ କୌଣସି ସୁବିଧା ନଥିଲା । ସେଥିପାଇଁ ସେ ଆଉ ପଢ଼ି ପାରି ନଥିଲେ । ହେଲେ ଗାଁରେ ପିଲାମାନେ କିପରି ଶିକ୍ଷାରୁ ବଞ୍ଚିତ ନହେବେ ସେଥିପାଇଁ ଆରମ୍ଭ କରିଥିଲେ ଗାଁ ଚାଟଶାଳି । ସେହିଦିନଠାରୁ ସେ ଆଉ ପଛକୁ ଫେରି ନାହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe