ଦିବ୍ୟାଙ୍ଗ ଗୁରୁଙ୍କ ନିଆରା ପ୍ରୟାସ ; ବିନା ଦକ୍ଷିଣାରେ ପଢ଼ାନ୍ତି ପାଠ

Advertisment

ସେଇ ଚାଟଶାଳୀର ଛାପ, ବିନା ମୋବାଇଲରେ ପିଲାଦିନର ସ୍ମୃତି, ସବୁକିଛିକୁ ତାଜା କରିଦେଉଛନ୍ତି କୌଳାସ ସାରଙ୍କ ପାଠପଢ଼ା ତରିକା । ନିଜେ ଦିବ୍ୟାଙ୍ଗ ହୋଇ ବି ଟ୍ରାଇ ସାଇକେଲ ଚଳାଇଲା ଭଳି କୁନି କୁନି ପିଲାଙ୍କ ଭବିଷ୍ୟତକୁ ଗଡ଼ାଇ ନେଉଛନ୍ତି ।

ସେଇ ଚାଟଶାଳୀର ଛାପ, ବିନା ମୋବାଇଲରେ ପିଲାଦିନର ସ୍ମୃତି, ସବୁକିଛିକୁ ତାଜା କରିଦେଉଛନ୍ତି କୌଳାସ ସାରଙ୍କ ପାଠପଢ଼ା ତରିକା । ନିଜେ ଦିବ୍ୟାଙ୍ଗ ହୋଇ ବି ଟ୍ରାଇ ସାଇକେଲ ଚଳାଇଲା ଭଳି କୁନି କୁନି ପିଲାଙ୍କ ଭବିଷ୍ୟତକୁ ଗଡ଼ାଇ ନେଉଛନ୍ତି ।

KAILASH SIR

KAILASH SIR Photograph: (kanak news)

କନକ ବ୍ୟୁରୋ: ସେ ଗୁରୁଣ୍ଡି ଗୁରୁଣ୍ଡି ଯାଆନ୍ତି, ହ୍ବିଲ୍ ଚେୟାରରେ ଚଲାବୁଲା କରନ୍ତି ଆଉ ଅଧାଗଡ଼ା ଶରୀରେ ଗଢ଼ନ୍ତି ଦେଶର କୁନି କୁନି ଭବିଷ୍ୟତ । ତାଙ୍କର ଦୁଇ ପାଦ ଅଚଳ କିନ୍ତୁ ତାଙ୍କ ଶବ୍ଦରେ ଅଛି ଶକ୍ତି, ତାଙ୍କ ଆଖିରେ ଅଛି ଆତ୍ମବିଶ୍ବାସର ଆଶା । ସେଥିପାଇଁ ତ ସମସ୍ତଙ୍କ ପ୍ରିୟ ହୋଇପାରିଛନ୍ତି ଦିବ୍ୟାଙ୍ଗ କୈଳାସ ସାର୍ । ଶାରୀରିକ ଅକ୍ଷମତା ସହ ବାଧା ବିଘ୍ନକୁ ମାତ୍ ଦେଇ ପିଲାଙ୍କ ପାଇଁ ସାଜିଛନ୍ତି ଭବିଷ୍ୟତର ଭଗବାନ ।  

କଟକ ନିଆଳି କରାଙ୍ଗ ଗାଁର କୈଳାସ ଚନ୍ଦ୍ର ମହାନ୍ତି । ବୟସର ଶେଷ ପାହାଚରେ ଥିଲେ ବି ସେ ଥକି ଯାଇ ନାହାନ୍ତି । ସେଇ ଚାଟଶାଳୀର ଛାପ, ବିନା ମୋବାଇଲରେ ପିଲାଦିନର ସ୍ମୃତି, ସବୁକିଛିକୁ ତାଜା କରିଦେଉଛନ୍ତି କୌଳାସ ସାରଙ୍କ ପାଠପଢ଼ା ତରିକା । ନିଜେ ଦିବ୍ୟାଙ୍ଗ ହୋଇ ବି ଟ୍ରାଇ ସାଇକେଲ ଚଳାଇଲା ଭଳି କୁନି କୁନି ପିଲାଙ୍କ ଭବିଷ୍ୟତକୁ ଗଡ଼ାଇ ନେଉଛନ୍ତି । ବଡ଼କଥା ହେଉଛି କୈଳାସ ସାର୍ କେବଳ ପିଲାଙ୍କ ପାଇଁ ସାରା ଜୀବନ ଅବିବାହିତ ରହିଛନ୍ତି । ନିଜେ ଅକ୍ଷମ ହୋଇ ବି ପ୍ରତିଦିନ ମାଗଣାରେ ଶିକ୍ଷା ଦାନ କରୁଛନ୍ତି । ଦିନେ କି ଦୁଇ ଦିନ ନୁହେଁ ପୂରା ୪୫ ବର୍ଷ ହେବ ଗାଁରେ ବଞ୍ଚାଇ ରଖିଛନ୍ତି ଚାଟାଶଳୀର ପରମ୍ପରା । ଟଙ୍କା ନୁହେଁ ମୁଠି ଚାଉଳ ଦେଇ ପିଲା ଏଠି ପାଠ ପଢ଼ନ୍ତି । ୧୯୮୦ ମସିହାରୁ ସେ ଚାଟାଶାଳୀରେ ପାଠ ପଢ଼ାଇ ଆସୁଥିଲେ କିନ୍ତୁ ଆଜି ତାଙ୍କ ପାଖରେ ସେ ଚାଟଶାଳୀ ନାହିଁ ତଥାପି ପଲିଥିନଟିଏ ପକାଇ ପିଲାଙ୍କୁ ପାଠ ପଢ଼ାଉଛନ୍ତି । 

ପୁରାତନ ଯୁଗରେ ଗୁରୁକୂଳ ଆଶ୍ରମରେ ଶିକ୍ଷାଦାନ ଗ୍ରହଣ କରୁଥିଲେ ଛାତ୍ରଛାତ୍ରୀ  । ଏବେ ତ ସେମିତି ନାହିଁ କିନ୍ତୁ କାଁ ଭାଁ ଏମିତି ଜଣେ ଜଣେ କୈଳାସ ସାରଙ୍କ ଭଳି ଗୁରୁ ଅଛନ୍ତି ବୋଲି ତାଙ୍କ ପାଦ ପୂଜା କରି ଅଭିଭାବକମାନେ ତାଙ୍କ ପିଲାଙ୍କୁ ଚାଟଶାଳୀକୁ ପଠାଉଛନ୍ତି । ତେବେ କୈଳାସ ସାରଙ୍କ ଏ ଚାଟଶାଳୀ ଗୁରୁକୂଳ ଆଶ୍ରମଠୁ ବି କିଛି କମ ନୁହେଁ । ସୁଦର ପରିବେଶ ସାଙ୍ଗକୁ ସୁସ୍ଥ ବାତାବରଣରେ ପିଲା ପାଠକୁ ପିଇଯାଉଛନ୍ତି । ସେଥିପାଇଁ ଏହି ପୂରା ନିଆଳିରେ ନମସ୍ୟ ହେଉଛନ୍ତି କୈଳାସ ସାର୍ । ସମୟର ଶେଷ ପାହାଚରେ ଥିବା ଚାଟଶାଳୀର କୈଳାସ ସାରଙ୍କୁ ସରକାର ଯଦି ସହାୟତା ଦିଅନ୍ତି ତା’ହେଲେ ଦିବ୍ୟାଙ୍ଗ ଗୁରୁ ବାକିତକ ଜୀବନ ଶାନ୍ତିରେ କାଟିପାରନ୍ତେ ବୋଲି ଆଶା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe