କନକ ବ୍ୟୁରୋ : "କାଣ୍ଟା ଲଗା ଗର୍ଲ" ଭାବରେ ପରିଚିତ ଅଭିନେତ୍ରୀ ଶେଫାଳୀ ଜରିୱାଲାଙ୍କ ଦେହାନ୍ତକୁ ଅନେକ ସମୟ ବିତିଯାଇଥିଲେ ବି ତାଙ୍କ ଫ୍ୟାନ୍ସ ଏବେବି ଅଭିନେତ୍ରୀଙ୍କୁ ମନେ ପକାଉଛନ୍ତି । ଜୁନ୍ ୨୭ ତାରିଖରେ ସେ ଇହଧାମ ତ୍ୟାଗ କରିଥିଲେ । ତେବେ ଅଭିନେତ୍ରୀଙ୍କ ମୃତ୍ୟୁରେ ଯଦି କାହାର ଅବସ୍ଥା ଅଧିକ ଖରାପ ହୋଇଥିଲା ତା’ହେଲେ ସେ ହେଉଛନ୍ତି ତାଙ୍କ ସ୍ବାମୀ ପରାଗ ତ୍ୟାଗୀ । ଅଚାନକ ପ୍ରାଣପ୍ରିୟାଙ୍କୁ ହରାଇ ପରାଗ ଦୁଃଖର ସାଗରରେ ବୁଡ଼ି ହୋଇ ରହିଥିଲେ । ସେ ବିଶ୍ବାସ କରିପାରୁନଥିଲେ ଯେ ତାଙ୍କ ପରୀ (ଶେଫାଳୀଙ୍କ ଡାକ ନାମ) ଆଉ ଏ ଦୁନିଆରେ ନାହାନ୍ତି । ତେବେ ଅନେକ ଦିନ ପରେ ମଧ୍ୟ ପରାଗ ନିଜ ପରୀଙ୍କୁ ମନେ ପକାଇ ଦୁଃଖରେ ଅଛନ୍ତି ଏବଂ ସ୍ତ୍ରୀକୁ ସବୁବେଳେ ସାଙ୍ଗରେ ରଖିବା ପାଇଁ ତାଙ୍କ ସ୍ମୃତିରେ ପରାଗ ଛାତିରେ ଏକ ଟାଟୁ କରିଛନ୍ତି । ନିକଟରେ ପରାଗ ନିଜର ଅଫିସିଆଲ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଲେଟେଷ୍ଟ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ପରାଗ ଛାତିରେ ହୃଦୟ ଆଡକୁ ତାଙ୍କ ପତ୍ନୀ ଶେଫାଳୀ ଜରିୱାଲାଙ୍କ ଫଟୋର ସ୍ୱତନ୍ତ୍ର ଟାଟୁ କରୁଥିବାର ନଜର ଆସୁଛନ୍ତି । ପରାଗ ଶେଫାଳୀଙ୍କୁ ପ୍ରତିଦିନ ନିଜ ହୃଦୟରେ ରଖିବା ପାଇଁ ଏଭଳି କରିଥିବା କଥା କହିଛନ୍ତି । ଟାଟୁରେ ସେ ଶେଫାଳୀଙ୍କ ସହ ନିଜର ବିବାହ ତାରିଖ ମଧ୍ୟ ସାମିଲ କରିଛନ୍ତି । 

Advertisment
parag-tyagi
parag-tyagi Photograph: (Google)

ଶେଫାଳୀ ଜରିୱାଲାଙ୍କ ସ୍ୱାମୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ଏବଂ ଲୋକମାନେ ତାଙ୍କର ଏହି ପଦକ୍ଷେପକୁ ପ୍ରଶଂସା କରୁଛନ୍ତି । ଏହା ସହିତ ପରାଗ ତ୍ୟାଗୀଙ୍କୁ ଜଣେ ସଚ୍ଚୋଟ ଜୀବନସାଥୀ ବୋଲି କହୁଛନ୍ତି । ବାସ୍ତବରେ ପରାଗ ଶେଫାଳୀଙ୍କ ଦ୍ୱିତୀୟ ସ୍ୱାମୀ ଥିଲେ । ଏହା ପୂର୍ବରୁ ସେ ମ୍ୟୁଜିସିଆନ୍ ହରମୀତ ସିଂଙ୍କୁ ବିବାହ କରିଥିଲେ ଏବଂ ୨୦୧୪ ରେ ଶେଫାଳୀ ପରାଗଙ୍କୁ ଦ୍ୱିତୀୟ ବିବାହ କରିଥିଲେ । କିନ୍ତୁ ତାଙ୍କ ଦେହାନ୍ତ ହେତୁ ଏହି ସମ୍ପର୍କ ମଧ୍ୟ ସବୁଦିନ ପାଇଁ ଭାଙ୍ଗିଗଲା । ନିକଟରେ ଅଗଷ୍ଟ ୧୨ ତାରିଖରେ ପରାଗଙ୍କ ବିବାହ ବାର୍ଷିକୀ ଥିଲା ଏବଂ ସ୍ତ୍ରୀଙ୍କୁ ମନେ ପକାଇ ସେ ଏହି ଟାଟୁ କରିଥିଲେ । 

Prag-Tyagi
Prag-Tyagi Photograph: (google)