ପଞ୍ଚାୟତବାସୀଙ୍କ କାମରେ ଆସୁନି ହାଟ । ଅସାମାଜିକଙ୍କ ଆଡ୍ଡାସ୍ଥଳି ପାଲଟିଛି କେ.କୁଣ୍ଡମ ହାଟ

ଉନ୍ନତିକରଣ ପରେ ହାଟ ବନ୍ଦ। ହାଟର ଉନ୍ନତିକରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲା। କିନ୍ତୁ ୬ ବର୍ଷ ହେଲା ଲୋକଙ୍କ କାମରେ ଆସୁନି ରାୟଗଡ଼ାର କେ.କୁଣ୍ଡମ ହାଟ।

hata in rayagada

କନକ ବ୍ୟୁରୋ: ଉନ୍ନତିକରଣ ପରେ ହାଟ ବନ୍ଦ। ହାଟର ଉନ୍ନତିକରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲା। କିନ୍ତୁ ୬ ବର୍ଷ ହେଲା ଲୋକଙ୍କ କାମରେ ଆସୁନି ରାୟଗଡ଼ାର କେ.କୁଣ୍ଡମ ହାଟ। ଭାଙ୍ଗିରୁଜି ଗଲାଣି, ଅନାବନା ଗଛରେ ପରିପୂର୍ଣ୍ଣ। ଆଉ ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି। 

ଦିନେ ଥିଲା ଆଦିବାସୀଙ୍କ କିଣାବିକାର ପ୍ରମୁଖ ମାଧ୍ୟମ ଥିଲା ରାୟଗଡ଼ା ଡ଼ାଙ୍ଗଲୋଡ଼ି ପଞ୍ଚାୟତର କେ. କୁଣ୍ଡମ ହାଟ। ୧୯୭୨ରୁ ହାଟଟି ଚାଲୁଥିଲା। ୮ଟି ପଞ୍ଚାୟତର ଲୋକ ନିର୍ଭର କରନ୍ତି ଏହି ହାଟ ଉପରେ। ଏପରିକି ଆନ୍ଧ୍ରର ବ୍ୟବସାୟୀମାନେ ମଧ୍ୟ ଏଠାରେ ଜିନିଷ ବିକାକିଣା କରନ୍ତି। ୨୦୧୯ରେ କରୋନା କାଳରେ ହାଟକୁ ବନ୍ଦ କରିଦିଆଗଲା। ସେବେଠୁ ହାଟ ବନ୍ଦ ପଡ଼ିଛି। ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ। ଅନାବନା ଗଛରେ ପରିପୂର୍ଣ୍ଣ ହାଟ ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।

ହାଟରେ ଘର ତିଆରି ପାଇଁ ୨୦୧୮-୧୯ ଆର୍ଥିକ ବର୍ଷରେ ୩ଲକ୍ଷ ଖର୍ଚ୍ଚ ହୋଇଛି । ସେହିଭଳି ପିଣ୍ଡି ନିର୍ମାଣ ପାଇଁ ୨୦୧୯-୨୦ରେ ଖର୍ଚ୍ଚ ହୋଇଛି ଆଉ ୧୦ ଲକ୍ଷ। ମୋଟାମୋଟି ଭାବେ କେ. କୁଣ୍ଡମ ହାଟ ଉନ୍ନତିକରଣ ପାଇଁ ୩୦ରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ସବୁ ଟଙ୍କା ପାଣିରେ ପଡ଼ିଲା ଭଳି ଲାଗୁଛି। ଅନ୍ୟପଟେ ଏବିଡିଓ କହିଛନ୍ତି, ଖୁବଶୀଘ୍ର ପଞ୍ଚାୟତ ବୈଠକରେ ଆଲୋଚନା କରି ହାଟକୁ କାର୍ଯ୍ୟକ୍ଷମ କରାଯିବ। ତେବେ କେ. କୁଣ୍ଡମ ହାଟ ବନ୍ଦ ହୋଇଯିବାରୁ ଲୋକଙ୍କୁ ରାୟଗଡ଼ା ହାଟକୁ ଯିବାକୁ ପଡ଼ୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe