କନକ ବ୍ୟୁରୋ: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଆଭ୍ୟନ୍ତରୀଣ ଅସନ୍ତୋଷ ଏବଂ ଲିବରାଲ ପାର୍ଟିରେ ଲୋକପ୍ରିୟତା ହରାଇବା କାରଣରୁ ଜଷ୍ଟିନ ଟ୍ରୁଡୋ ଏହି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି । ତେବେ ୨୦୧୫ରୁ ଜଷ୍ଟିନ ଟ୍ରୁଡୋ କାନାଡାର ପ୍ରଧାନମନ୍ତ୍ରୀ ଥିଲେ । ନୂଆ ନେତା ନିର୍ବାଚିତ ନହେବା ପର୍ଯ୍ୟନ୍ତ ଟ୍ରୁଡୋ ପ୍ରଧାନମନ୍ତ୍ରୀ ପଦରେ ଜାରି ରହିବେ କି ନା ତାହା ସ୍ପଷ୍ଟ ହୋଇନାହିଁ ।
ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଲିବରାଲ ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ନେତୃତ୍ୱ ପ୍ରସଙ୍ଗରେ ନିଷ୍ପତ୍ତି ନେବ । ଚଳିତ ସପ୍ତାହରେ ଏହି ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ଲିବରାଲ ପାର୍ଟି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପରବର୍ତ୍ତୀ ନେତା ଚୟନ ପାଇଁ ଅତି କମରେ ୩ ମାସ ସମୟ ଲାଗିବ।
କାନାଡ଼ାର ପ୍ରଧାନମନ୍ତ୍ରୀ ପଦରୁ ଜଷ୍ଟିନ ଟ୍ରୁଡୋଙ୍କ ଇସ୍ତଫା
— Kanak News (@kanak_news) January 6, 2025
ଦୀର୍ଘ ଦିନ ଧରି ସମାଲୋଚନାର ଶିକାର ହେଉଥିଲେ
ଦେଶକୁ ସମ୍ବୋଧନ କରି ଘୋଷଣା କଲେ ଇସ୍ତଫା
୧୧ ବର୍ଷ ହେଲା ଲିବରାଲ ପାର୍ଟିର ନେତା ଅଛନ୍ତି
ଦୀର୍ଘ ଦିନ ଧରି ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହିଥିଲେ #JustinTrudeau #Breaking #Canada #KanakNews pic.twitter.com/7mG2L3Agfq
ଗତ କିଛି ବର୍ଷ ହେଲା କାନାଡାରେ ଟ୍ରୁଡୋଙ୍କ ଲୋକପ୍ରିୟତା କମିଚାଲିଥିଲା । ନିଜର ବିଭିନ୍ନ ପଦକ୍ଷେପ ନେଇ ସେ ନିଜ ଦେଶରେ ଓ ବାହାରେ ବିବାଦୀୟ ଥିଲେ । ଫଳରେ ଲିବରାଲ ପାର୍ଟି ପାଇଁ ସେ ଏକ ବୋଝ ସଦୃଶ ହୋଇଯାଇଥିଲେ ।