କନକ ବ୍ୟୁରୋ: ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ସରକାରୀ ବାସଭବନରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ ହୋଇଛି ବୋଲି ପ୍ରଚାର ହେବାପରେ ସୁପ୍ରିମକୋର୍ଟ ଗତକାଲି ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣା ତାଙ୍କର ପୂର୍ବ ଆର୍ଥିକ କାରବାର ଉପରୁ ପରଦା ହଟାଇଛି।
ନୂଆ ନୁହେଁ ବିଚାରପତିଙ୍କ ବିବାଦ:
-ବ୍ୟାଙ୍କ ଠକେଇରେ ଫସିଥିବା ସିମ୍ଭାଓଲି ସୁଗାର୍ସ ଲିମିଟେଡ୍ ସହିତ ବିଚାରପତିଙ୍କ ସମ୍ପର୍କ
-୨୦୧୮ ମସିହା ଫେବ୍ରୁଆରୀ ମାସର ଘଟଣା
-ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସର ଅଭିଯୋଗ ପରେ ସିବିଆଇ ସିମ୍ଭାଓଲି ସୁଗାର୍ସର ତଦନ୍ତ ଆରମ୍ଭ କରିଥିଲା
-ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏହି ମାମଲା ବିଷୟରେ ସୂଚନା ପାଇଥିଲେ
-ମାତ୍ର ଟଙ୍କା ମିଳିବା ମାମଲାରେ ତୁରନ୍ତ କଲେଜିୟମ୍ର ଏକ ବୈଠକ ଡାକିଥିଲେ
-ଅଭିଯୋଗ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନେଇ ଆଲୋଚନା ହୋଇଥିଲା
-ଏହା ପରେ ଜଷ୍ଟିସ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯିବାକୁ ନିଷ୍ପତ୍ତି ହୋଇଥିଲା
-ବଦଳି କୌଣସି ଅଭିଯୋଗ ଭିତ୍ତିରେ କିମ୍ବା ବିବାଦୀୟ କାରଣ ପାଇଁ ହୋଇନାହିଁ ବୋଲି କଲେଜିୟମ୍ ସ୍ପଷ୍ଟ କରିଥିଲେ
-ବଦଳିକୁ ଆହ୍ଲାବାଦ ହାଇକୋର୍ଟ ବାର୍ ଆସୋସିଏନ୍ ବିରୋଧ କରିଛି
-ବାର୍ ପକ୍ଷରୁ କୁହାଯାଇଛି ଯେ ଆହ୍ଲାବାଦ ହାଇକୋର୍ଟ କୌଣସି ‘ଡଷ୍ଟବିନ୍’ ନୁହେଁ