କନକ ବ୍ୟୁରୋ: ଲୋକମାନେ କେମିତି ସୁବିଧାରେ ନ୍ୟାୟ ପାଇବେ। କୌଣସି ମାମଲାରେ ଦୂରକୁ ଯିବାକୁ ପଡିବନି। ଏନେଇ ଭାରତୀୟ ନ୍ୟାୟ ସଂହିତା ସଚେତନତା କାର୍ଯ୍ୟକ୍ରମରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଯୋଜନା ଅନୁସାରେ ସବୁ ବ୍ଲକରେ ଖୋଲିବ ଗ୍ରାମ୍ୟ ନ୍ୟାୟାଳୟ। 

Advertisment
  • ଲୋକଙ୍କ ପାଖରେ ପହଞ୍ଚିବ ନ୍ୟାୟ ବ୍ୟବସ୍ଥା
  • ସବୁ ବ୍ଲକରେ ଖୋଲିବ ଗ୍ରାମ୍ୟ ନ୍ୟାୟାଳୟ 

ଲୋକଙ୍କ ଡୋର ଷ୍ଟେପରେ ପହଞ୍ଚିବ ନ୍ୟାୟ ବ୍ୟବସ୍ଥା । ସବୁ ବ୍ଲକରେ ଗ୍ରାମ୍ୟ ନ୍ୟାୟାଳୟ ଆରମ୍ଭ କରିବେ ସରକାର । ପ୍ରାଥମିକ ଭାବେ ୬ଟି ଗ୍ରାମ୍ୟ ନ୍ୟାୟାଳୟ ଆରମ୍ଭ ପାଉଁ ଅନୁମତି ଦେଇଛନ୍ତି ସରକାର । ତାପରେ ସମସ୍ତ ବ୍ଲକରେ ଖୋଲିବ ଗ୍ରାମ୍ୟ ନ୍ୟାୟାଳୟ । ଏଥିରେ ମଧ୍ୟସ୍ତତା ମାଧ୍ୟମରେ ମାମଲାର ସମାଧାନ କରାଯିବ । ଏହାଦ୍ୱାରା ମାମଲା ସଂଖ୍ୟା କମିବ ଏବଂ ଆଇନ ବ୍ୟବସ୍ଥା ଉପରେ ଚାପ କମିବ ଏବଂ ଲୋକମାନେ ତ୍ୱରିତ ନ୍ୟାୟ ପାଇ ପାରିବ।

  • ମହିଳା ବିରୋଧୀ ଅପରାଧ ବଢ଼ିବାରେ ଓଡ଼ିଶା ଏକ ନମ୍ବର
  • ପୂର୍ବ ସରକାରକୁ ଟାର୍ଗେଟ କଲେ ମୋହନ

ମହିଳା ହିଂସାର ତର୍ଜମା କରିବା ସହ ଦଣ୍ଡବିଧାନକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆବଶ୍ୟକ ସ୍ଥଳେ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୪ ବର୍ଷ ଧରି ଶାସନ କରିଥିବା ମୁଖ୍ୟମନ୍ତ୍ରୀ  ପାଖରେ ଗୃହ ବିଭାଗ ଥିଲେ ବି ମହିଳା ବିରୋଧୀ ଦଣ୍ଡ ବିଧାନ ହାର ମାତ୍ର ୯.୩ ପ୍ରତିଶତ । ଏ ଲଜ୍ୟାଜନକ ସ୍ଥିତି ବାବଦରେ ନବୀନ ଜାଣି ପାରିନଥିଲେ ବୋଲି କହି କଟାକ୍ଷ କରିଛନ୍ତି। ମୋହନଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ଭରତପୁର, କୁଚିଣ୍ଡା ଦୁଷ୍କର୍ମ ମାମଲାକୁ ନେଇ ପାଲଟା ପ୍ରଶ୍ନ କରିଛନ୍ତି ବିଜେଡି ନେତା। 

ଏନସିଆରବି, ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ମହିଳା ବିରୋଧି ଅପରାଧରେ ଦଣ୍ଡବିଧାନ ହାର ମାତ୍ର ୯.୩ ପ୍ରତିଶତ।  ଉତ୍ତର ପ୍ରଦେଶରେ ମହିଳା ବିରୋଧୀ ଅପରାଧ ଦଣ୍ଡ ବିଧାନ ହାର ୭୦.୮ ପ୍ରତିଶତ ଓ  ବିହାରରେ ୬୦.୯ ପ୍ରତିଶତ ରହିଛି ।