ଆଜି ନୂଆ ସିଜେଆଇଙ୍କ ଶପଥ ଗ୍ରହଣ ; ହେବେ ସର୍ବୋଚ୍ଚ ନ୍ୟାୟ ବ୍ୟବସ୍ଥାର ୫୧ ତମ ମୁଖିଆ

ଆଜି ଶପଥ ନେବେ ନୂଆ ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା । ହେବେ ସୁପ୍ରିମକୋର୍ଟର ୫୧ତମ ମୁଖିଆ । ୨୦୧୯ରୁ ସର୍ବୋଚ୍ଚ ଅଦାଲତରେ ବିଚାରପତି ଭାବେ କରୁଛନ୍ତି କାର୍ଯ୍ୟ । ଗତକାଲି ଅବସର ଗ୍ରହଣ କରିଥିଲେ ପୂର୍ବତନ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ ।

Capture`1

କନକ ବ୍ୟୁରୋ: ଆଜି ଶପଥ ନେବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା। ଜଷ୍ଟିସ୍ ଖାନ୍ନା ୫୧ ତମ ପ୍ରଧାନ ବିଚାରପତି ଭାବେ ଆଜି ଶପଥ ନେବେ । ଦିନ ୧୦ଟାରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ଜଷ୍ଟିସ୍ ଖାନ୍ନା ପ୍ରଧାନ ବିଚାରପତି ପଦରେ ୬ ମାସ ଅର୍ଥାତ୍ ୨୦୨୫ ମେ’ ମାସ ୧୩ ତାରିଖ ପର୍ଯ୍ୟନ୍ତ ରହିବେ । 

୧୯୮୩ରେ ଦିଲ୍ଲୀ ବାର୍ କାଉନସିଲରେ ଯୋଗଦେଇ ଓକିଲାତି ଜୀବନ ଆରମ୍ଭ କରିଥିଲେ। ସାମ୍ବିଧାନିକ ଆଇନ, ଟିକସ, ମଧ୍ୟସ୍ଥତା ଆଇନ, ବାଣିଜ୍ୟିକ ଆଇନ ଓ ପରିବେଶ ଆଇନ ଉପରେ ତାଙ୍କର ବେଶ୍ ଅଭିଜ୍ଞତା ରହିଛି। ୨୦୧୯ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ନିର୍ବାଚନୀ ବଣ୍ଡ ରଦ୍ଦ ଠାରୁ ଆରମ୍ଭ କରି ଇଭିଏମ୍ ସ୍ୱଚ୍ଛତା, ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ କାଏମ ରଖିବା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏହା ସହ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆପ୍ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ ଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ଜଷ୍ଟିସ୍ ଖାନ୍ନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe