କନକ ବ୍ୟୁରୋ : ବହୁଚର୍ଚ୍ଚିତ କୋଲକାତା ଆର.ଜି କର ହସ୍ପିଟାଲର ଟ୍ରେନିଂ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟକୁ ଆଜୀବନ କାରାଦଣ୍ଡାଦେଶ। ଦଣ୍ଡାଦେଶ ଶୁଣାଇଛନ୍ତି ସିଆଲଦା କୋର୍ଟ ଏହି ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ସଞ୍ଜୟକୁ ଆଜୀବନ ଦଣ୍ଡାଦେଶ ସହ ୫୦ହଜାର ଟଙ୍କାର ଜୋରିମାନା ଲଗାଇଛନ୍ତି କୋର୍ଟ। ଏହି ମାମଲାରେ ପୀଡ଼ିତା ଡାକ୍ତରଙ୍କ ପରିବାର ଓ ସିବିଆଇ ଫାଶୀ ଦଣ୍ଡାଦେଶ ପାଇଁ ଆବେଦନ କରିଥିଲେ। ହେଲେ କୋର୍ଟ ଫାଶୀ ବଦଳରେ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି। ସେହିପରି ପୀଡ଼ିତାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କିନ୍ତୁ ଏହାକୁ ନେଇ ଖୁସି ନାହାନ୍ତି ପରିବାର ଲୋକେ । ପରିବାର ଲୋକେ କହିଛନ୍ତି ଆମକୁ ସହାୟତା ନୁହେଁ, ଆମକୁ ନ୍ୟାୟ ଦରକାର । 

Advertisment

ସମାନ କଥା ଦୋହରାଇଛନ୍ତି ମମତା ବାନାର୍ଜୀ ।  ମମତା କହିଛନ୍ତି, କୋଲକାତା ପୁଲିସଠୁ ମାମଲାକୁ ଛଡାଇ ନେଇ ସିବିଆଇକୁ ଦିଆଯାଇଥିଲା । ଯଦି ପୋଲିସ ପାଖରେ ଥାନ୍ତା, ତେବେ ଅଭିଯୁକ୍ତକୁ ଫାଶୀ ଦଣ୍ଡ ମିଳିବା ସୁନିଶ୍ଚିତ କରିଥାନ୍ତେ । ତେବେ ଆଜି ରାୟ ପ୍ରକାଶ ପାଇବା ପରେ ଏଥିରେ ସନ୍ତୁଷ୍ଟ ନଥିବା କହିଛନ୍ତି ମମତା । ଏଥିସହ ଅଭିଯୁକ୍ତ ସଞ୍ଜୟକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇବାକୁ ଦାବି କରିଛନ୍ତି । ପୀଡିତାଙ୍କ ପରିବାର ଲୋକେ ମଧ୍ୟ ରାୟରେ ସନ୍ତୁଷ୍ଟ ନଥିବା ପ୍ରକାଶ କରିଛନ୍ତି । 

ସେହିପରି ଆର.ଜି କର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସଞ୍ଜୟ ରୟ ଆଜୀବନ କାରାଦଣ୍ଡ ମିଳିଛି । କିନ୍ତୁ ଏଥିରେ ଖୁସି ନାହାଁନ୍ତି କଟକ ଏସସିବି ମେଡିକାଲର ଡାକ୍ତର ଛାତ୍ରଛାତ୍ରୀ । ଦୋଷୀ ସଞ୍ଜୟ ରୟଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବାର ଥିଲା ବୋଲି କହିଛନ୍ତି ଛାତ୍ରଛାତ୍ରୀ । ଆଜୀବନ କାରାଦଣ୍ଡ ଠିକ୍ ନ୍ୟାୟ ନୁହେଁ ବୋଲି କହିଛନ୍ତି । ଯଦି ଦୋଷୀ ସଞ୍ଜୟ ରୟ ମୃତ୍ୟୁ ଦଣ୍ଡାଦେଶ ଯିଆ ଯାଇଥାନ୍ତା ହୁଏତ ଆଗାମୀ ଦିନରେ ଏମିତି କେହି ଭୁଲ କରିବାକୁ ସାହସ କରି ନଥାନ୍ତା ବୋଲି କହିଛନ୍ତି ଏସସିବି ମେଡିକାଲର ଡାକ୍ତର ଛାତ୍ରଛାତ୍ରୀ ।