ସୁପ୍ରିମକୋର୍ଟର ୫୨ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ବିଆର ଗୱାଇ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କରାଇଲେ ଶପଥ ପାଠ

ଦେଶର ସର୍ବୋଚ୍ଚ ନ୍ୟାୟିକ ପଦବୀକୁ ଆରୋହଣ କରିବାରେ ପ୍ରଥମ ବୌଦ୍ଧ ଏବଂ ଅନୁସୂଚିତ ଜାତିରୁ ଏକମାତ୍ର ଦ୍ୱିତୀୟ ବିଚାରପତି ହୋଇଛନ୍ତି । ତାଙ୍କର ପଦୋନ୍ନତି ଐତିହାସିକ ଏବଂ ପ୍ରତୀକାତ୍ମକ, ନ୍ୟାୟପାଳିକା ଦ୍ୱାରା ବଜାୟ ରହିଥିବା ଅନ୍ତର୍ଭୁକ୍ତି ଏବଂ ସାମ୍ବିଧାନିକ ନୈତିକତାର ମୂଲ୍ୟବୋଧକୁ ପ୍ରତିନିଧିତ୍ୱ କରୁଛି। ଅନେକ ଗୁରୁତ୍ୱପୂର୍ଣ୍ଣ ଖଣ୍ଡପୀଠର ଅଂଶ ହେବା ସହିତ ସେ ବହୁ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ।

fddffff

କନକ ବ୍ୟୁରୋ :  ସୁପ୍ରିମକୋର୍ଟର ୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ବିଆର ଗୱାଇ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି । ଜଷ୍ଟିସ୍ ବି.ଆର୍. ଗୱାଇଙ୍କ ଜନ୍ମ ୨୪ ନଭେମ୍ବର ୧୯୬୦ରେ ଅମରାବତୀରେ ହୋଇଥିଲା । ସେ ୧୬ ମାର୍ଚ୍ଚ ୧୯୮୫ରେ ବାରରେ ଯୋଗ ଦେଇଥିଲେ। ଦେଶର ସର୍ବୋଚ୍ଚ ନ୍ୟାୟିକ ପଦବୀକୁ ଆରୋହଣ କରିବାରେ ପ୍ରଥମ ବୌଦ୍ଧ ଏବଂ ଅନୁସୂଚିତ ଜାତିରୁ ଏକମାତ୍ର ଦ୍ୱିତୀୟ ବିଚାରପତି ହୋଇଛନ୍ତି । ତାଙ୍କର ପଦୋନ୍ନତି ଐତିହାସିକ ଏବଂ ପ୍ରତୀକାତ୍ମକ, ନ୍ୟାୟପାଳିକା ଦ୍ୱାରା ବଜାୟ ରହିଥିବା ଅନ୍ତର୍ଭୁକ୍ତି ଏବଂ ସାମ୍ବିଧାନିକ ନୈତିକତାର ମୂଲ୍ୟବୋଧକୁ ପ୍ରତିନିଧିତ୍ୱ କରୁଛି। ଅନେକ ଗୁରୁତ୍ୱପୂର୍ଣ୍ଣ ଖଣ୍ଡପୀଠର ଅଂଶ ହେବା ସହିତ ସେ ବହୁ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ନଭେମ୍ବର ୨୩ ତାରିଖ ଯାଏ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ  କାର୍ଯ୍ୟ  କରିବେ ଜଷ୍ଟିସ୍ ବିଆର ଗୱାଇ । 

ନୂଆ ପ୍ରଧାନ ବିଚାରପତି

  • ୨୪ ନଭେମ୍ବର ୧୯୬୦ରେ ଅମରାବତୀରେ ଜନ୍ମଗ୍ରହଣ
  • ୧୬ ମାର୍ଚ୍ଚ ୧୯୮୫ରେ ଆଇନଜୀବୀ ଭାବେ କାର୍ଯ୍ୟ   ଆରମ୍ଭ
  • ସର୍ବୋଚ୍ଚ ନ୍ୟାୟିକ ପଦବୀରେ ନିଯୁକ୍ତ ହେବାରେ ପ୍ରଥମ ବୌଦ୍ଧ ଧର୍ମାବଲମ୍ବୀ
  • ଅନୁସୂଚିତ ଜାତିରୁ ଦ୍ୱିତୀୟ ପ୍ରଧାନ ବିଚାରପତି
  • ଗୁରୁତ୍ବପୂର୍ଣ୍ଣ ଖଣ୍ଡପୀଠରେ ରହି ଶୁଣାଇଛନ୍ତି ଐତିହାସିକ ରାୟ
  • ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଛେଦ୍ଦ ସପକ୍ଷରେ ରାୟ
  • ନିର୍ବାଚନୀ ବଣ୍ଡ ଯୋଜନାକୁ ବନ୍ଦ କରିବା
  • ୨୦୧୬ ବିମୁଦ୍ରୀକରଣ ପଦକ୍ଷେପକୁ ବଜାୟ ରଖିବା
  • ମନି ଲଣ୍ଡରିଂ ମାମଲାରେ ଆପ ନେତା ମନୀଷ ସିସୋଦିଆଙ୍କୁ ଜାମିନ ପ୍ରଦାନ
  • ମୋଦୀ ଉପନାମ ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କ ଦୋଷୀ ସାବ୍ୟସ୍ତକୁ ସ୍ଥଗିତ
  • ଗୋଧ୍ରା ଦଙ୍ଗା ସହିତ ଜଡିତ ମାମଲାରେ ଅତୁଲ ସେତଲଭାଡଙ୍କୁ ନିୟମିତ ଜାମିନ ପ୍ରଦାନ
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe