କନକ ବ୍ୟୁରୋ : ଶେଷ ପର୍ଯ୍ୟାୟରେ ତିନି ରଥର କାର୍ଯ୍ୟ । ତିନିରଥର ବେଦୀ ସିଂହାସନ ପ୍ରସ୍ତୁତି ପାଇଁ ତିନିରଥ ମହାରଣା ସେବକ ଏବଂ ଭୋଇ ସେବକ ମାନଙ୍କ ସହାୟତାରେ ପାଞ୍ଚ ଗୋଟି ୨୦ ଫୁଟିଆ ଜଗତ ପୃଷ୍ଠ ସେଣି ପଡ଼ି କଣ୍ଟା ବାଡିଆ ଶେଷ ହୋଇଥିଲା, ବେଦୀ ପରିସରକୁ ବଢ଼ାଇବା ପାଇଁ ଆଜି ସେଣି ପତନରେ ବେଦୀ ଉଭୟ ପାର୍ଶ୍ୱରେ ତିନୋଟି ଲେଖାଏଁ ୬ ଗୋଟି ବାହୁଟ ଫାଳିଆ ସଂଯୋଗ କରାଯାଇଅଛି, ବେଦୀରେ ପଟା ପଡ଼ିବା ବାକି ଅଛି । ତିନିରଥର ଦୁଆର ବେଢ଼ା ନିର୍ମାଣ ଜାରି ରହିଥିବା ବେଳେ ତିନିରଥର ୧୨ ଗୋଟି ଦୁଆରବେଢ଼ାରୁ ଆଜି ତିନିରଥ ମହାରଣା ସେବକ ମାନେ ଗୋଟିଏ ଗୋଟିଏ ଦୁଆର ବେଢା ନିର୍ମାଣ ଶେଷ କରି ରଥ ନିକଟରେ ପହଞ୍ଚାଇଛନ୍ତି । ଅନ୍ୟପଟେ ତିନିରଥର ପ୍ରଭା ଫ୍ରେମ କାର୍ଯ୍ୟ ଆରମ୍ଭ ହୋଇଛି ।
ଦିନ କେଇଟା ପରେ ମହାପ୍ରଭୁଙ୍କ ରଥଯାତ୍ରା, ଚୂଡାନ୍ତ ପର୍ଯ୍ୟାୟରେ ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି
Advertisment
Follow Us