କନକ ବ୍ୟୁରୋ : ପାଖେଇ ଆସିଲାଣି ରାଖୀ ପୂର୍ଣ୍ଣିମା । କିନ୍ତୁ ପଠାଇ ହେଉନି ରାଖୀ । ଯେଉଁ ଭାଇ ମାନେ ଦୂରରେ ରହୁଛନ୍ତି, ସେମାନଙ୍କ ଭଉଣୀ ମାନେ ପୋଷ୍ଟାଲ ମାଧ୍ୟମରେ ରାକ୍ଷୀ ପଠାଇଥାନ୍ତି । କିନ୍ତୁ ପୋଷ୍ଟ ଅଫିସରେ ଲିଙ୍କ ନଥିବାରୁ ରାଖୀ ଯାଇପାରୁନି । ସକାଳୁ ଲୋକମାନେ ପୋଷ୍ଟ ଅଫିସକୁ ଆସି ଫେରି ଯାଉଛନ୍ତି । ନୂଆ ସଫ୍ଟୱେର୍ ଯୋଗୁ ଗତ ଦୁଇଦିନ ହେଲା ଡାକସେବାରେ ସମସ୍ୟା ଦେଖା ଦେଇଛି । ଯାହାକୁ ନେଇ ହଇରାଣ ହେଉଛନ୍ତି ଲୋକ । ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଶ୍ରୀମା ଶତପଥୀ ।
ସେପଟେ ନୂଆ ସଫ୍ଟୱେର ଯୋଗୁଁ ଗଲା ଦୁଇଦିନ ହେଲା ଏହି ସମସ୍ୟା ଦେଖାଦେଇଛି । ଭିଡ଼କୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଜିପିଓ କାଉଣ୍ଟରରେ ୩ ଜଣ କର୍ମଚାରୀଙ୍କ ପରିବର୍ତ୍ତେ ୬ ଜଣ କର୍ମଚାରୀ କାମ କରୁଛନ୍ତି । ୨୪ ଘଣ୍ଟା ମଧ୍ୟରେ ସମସ୍ୟାର ସମାଧାନ ନେଇ ଆଶା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/05/35-2025-08-05-18-54-45.jpg)