କନକ ବ୍ୟୁରୋ : ଦିପାବଳୀର ଠିକ୍ ପୂର୍ବରୁ ଉଦ୍ୟୋଗପତି ଗୌତମ ଅଦାନୀଙ୍କୁ ବଡ ଝଟକା ଲାଗିଛି । ଅଦାନୀଙ୍କ ପାୱାର କମ୍ପାନୀ ସେବି ରାଡାରକୁ ଆସିଛି । ଏନେଇ ଅଦାନୀଗ୍ରୁପକୁ ସେବି ତରଫରୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ଆଦାନୀ ଗ୍ରୁପକୁ ସେବିର ଏହା ତୃତୀୟ କାରଣଦର୍ଶାଅ ନୋଟିସ । ଏହି ଖବର ପ୍ରଚାରିତ ହେବା ପରେ ଆଦାନୀ ପାୱାରର ସେୟାର ମୂଲ୍ୟ ୨ପ୍ରତିଶତରୁ ଅଧିକ ତଳକୁ ଖସିଛି । 

Advertisment

ସେବି ତରଫରୁ ଆଦାନୀ ପାୱାରକୁ ନୋଟିସ କରାଯାଇ ଜବାବ ମଗାଯାଇଛି । ଆଦାନୀ ପାୱାର ଉପରେ କିଛି ନିବେଶକାରୀଙ୍କୁ ଭୂଲ ତରିକାରେ ପବ୍ଲିକ ସେୟାର ହୋଲଡର୍ସ ଭାବେ ବିଭକ୍ତିକରଣ କରାଯାଇଥିବା ଅଭିଯୋଗ ଉପରେ ଏଭଳି ନୋଟିସ କରାଯାଇଛି । 

ସୂଚନା ଥାଉକି, ଆମେରିକାର ସର୍ଟସେଲର କମ୍ପାନୀ ହିଣ୍ଡେନବର୍ଗ ଆଦାନୀ ଗ୍ରୁପ ବିରୋଧରେ ଅଭିଯୋଗ ଆଣିବା ପରେ କମ୍ପାନୀ ଏବେ ସେବି ନଜରରେ ରହିଛି ।