କନକ ବ୍ୟୁରୋ :ଘୋଷଣା ଅନୁସାରେ ରାଜ୍ୟ ସରକାର କନିଷ୍ଠ ଶିକ୍ଷକଙ୍କ ମାସିକ ଦରମାକୁ ବୃଦ୍ଧି କରିଛନ୍ତି । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ଅନୁସାରେ ଏଣିକି ସ୍କିମାଟିକ୍ ଶିକ୍ଷକମାନେ ମାସିକ ୧୧, ୧୦୦ ବଦଳରେ ୧୬, ୦୦୦ ଟଙ୍କା ପାଇବେ । ଏନେଇ ବିଭାଗୀୟ ମନ୍ତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । କହିଛନ୍ତି, ସଂଶୋଧିତ ପାରିଶ୍ରମିକ ହାର ସଂକଳ୍ପ ଜାରି ହେବା ତାରିଖରୁ କାର୍ୟ୍ୟକାରୀ ହେବ । ଏହି ନିଷ୍ପତ୍ତି ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ । 

Advertisment

ସ୍କିମାଟିକ୍ ଶିକ୍ଷକଙ୍କ ଦରମା ବୃଦ୍ଧି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଶିକ୍ଷକ ସଂଘ । ହେଲେ, କେବଳ ଦରମା ବୃଦ୍ଧି ନୁହେଁ, ଚୁକ୍ତିଭିତ୍ତିକ ବ୍ୟବସ୍ଥାକୁ ଉଠାଇ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି କରିଛନ୍ତି । ଗତ ଜାନୁଆରୀ ୧୬ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବର୍ଗର ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ଦେଇଥିଲେ । ସମଗ୍ର ଶିକ୍ଷା ଅଧିନରେ ପ୍ରାଥମିକ ବିଦ୍ୟାଳୟର ନିଯୁକ୍ତ ୧୩ ହଜାର ୭୪୦ କନିଷ୍ଠ ସ୍କିମାଷ୍ଟିକ୍ ଶିକ୍ଷକ ଉପକୃତ ହେବେ ।