କଥା ଦେଇ ଭୁଲିଗଲେ ସରକାର ; ପୁଣି ଆନ୍ଦୋଳନକୁ ଓହ୍ଲାଇବେ କନିଷ୍ଠ ଶିକ୍ଷକ ଆଶାୟୀ

ପୁଣି ଆନ୍ଦୋଳନକୁ ଓହ୍ଲାଇବେ କନିଷ୍ଠ ଶିକ୍ଷକ ଆଶାୟୀ  । ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଶହ ଶହ ଆଶାୟୀଙ୍କ ବିକ୍ଷୋଭ ଚେତାବନୀ  । ୨୦ ହଜାର ବଦଳରେ ୧୨ ହଜାର ପଦ ପାଇଁ ବିଜ୍ଞପ୍ତି ବାହାରିଥିବାରୁ ପ୍ରତିବାଦ  ।

21teachers

କନକ ବ୍ୟୁରୋ: ଆଜି ପୁଣି ଧାରଣାରେ ବସିଛନ୍ତି କନିଷ୍ଠ ଶିକ୍ଷକ ଆଶାୟୀ । ପୂର୍ବରୁ ଧାରଣା ଦେଇଥିଲେ, ବିକ୍ଷୋଭ କରିଥିଲେ । ଏହାପରେ ଦୀର୍ଘ ଦିନର ଦାବି ଶୁଣିଥିଲେ ସରକାର । କ୍ୟାବିନେଟରେ ଅନୁମୋଦିତ ହୋଇଥିଲା ପ୍ରସ୍ତାବ । ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ହୋଇଥିବା ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ମିଳିଥିଲା। ସରକାରଙ୍କ ସହ ଆଲୋଚନା ପରେ ନିଯୁକ୍ତି ପାଇଁ ତାଲିକା ବାହାରିବ ବୋଲି ଆଶା କରିଥିଲେ ଆଶାୟୀ । କିନ୍ତୁ ୨୦ ହଜାର କନିଷ୍ଠ ଶିକ୍ଷକ ବଦଳରେ ମାତ୍ର ୧୨ ହଜାର ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରି ଥିବାରୁ ପୁଣି ଥରେ ଧାରଣାକୁ ଓହ୍ଲାଇଛନ୍ତି କନିଷ୍ଠ ଶିକ୍ଷକ ଆଶାୟୀ ସଂଘ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe