କନକ ବ୍ୟୁରୋ: ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ। ବାଲେଶ୍ୱର ଭୋଗରାଇ ବ୍ଳକ ମନ୍ଦାରସାହି ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିବା ମୋନାଲିସା ହେମ୍ବ୍ରମଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଲାଗିରହିଛି।
ହତ୍ୟା କି ଆତ୍ମହତ୍ୟା ତାହା ଜଣାପଡ଼ିନାହିଁ। ଦେହୁର୍ଦା ସ୍ଥିତ ଭଡ଼ା ଘରେ ମନ୍ଦ କୋଠରୀରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଜବତ କରାଯାଇଛି। ଗତକାଲି ବ୍ଳକରେ ମିଟିଂ ସାରି ନିଜ ଭଡ଼ା ଘରକୁ ଫେରିଥିଲେ କିନ୍ତୁ ଆଜି ସକାଳେ ବିଳମ୍ବ ସମୟ ଯାଏଁ କୋଠରୀର କବାଟ ଖୋଲିନଥିଲେ। ତେଣୁ ପାଖ କୋଠରୀରେ ଥୀବା ଲୋକ ଝରକା ପଟେ ଆସି ଦେଖିବାରୁ ଫ୍ୟାନରେ କପଡା ଦେଇ ଝୁଲୁଥିବାର ଦେଖିଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/cPEM8BIkk8BxVkkp9Gq2.jpg)