ପଶ୍ଚିମବଙ୍ଗରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ । ଶନିବାର ଠାରୁ କାମରେ ଯୋଗଦେବାକୁ ନିଷ୍ପତ୍ତି

Advertisment

ଆନ୍ଦୋଳନ କରୁଥିବା ଡାକ୍ତରମାନଙ୍କ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ତେବେ ସେମାନେ ସତର୍କ କରିଦେଇଛନ୍ତି ଯେ, ସେମାନେ ସୁପ୍ରିମକୋର୍ଟଙ୍କ ଶୁଣାଣି ଓ ପଶ୍ଚିମବଙ୍ଗ ସରକାର ନେଉଥିବା ପଦକ୍ଷେପ ଉପରେ ନଜର ରଖିଛନ୍ତି। ଯଦି କାର୍ୟ୍ୟାନୁଷ୍ଠାନରେ ଅବହେଳା ପ୍ରଦର୍ଶନ ହୁଏ, ତାହେଲେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବେ।

ଆନ୍ଦୋଳନ କରୁଥିବା ଡାକ୍ତରମାନଙ୍କ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ତେବେ ସେମାନେ ସତର୍କ କରିଦେଇଛନ୍ତି ଯେ, ସେମାନେ ସୁପ୍ରିମକୋର୍ଟଙ୍କ ଶୁଣାଣି ଓ ପଶ୍ଚିମବଙ୍ଗ ସରକାର ନେଉଥିବା ପଦକ୍ଷେପ ଉପରେ ନଜର ରଖିଛନ୍ତି। ଯଦି କାର୍ୟ୍ୟାନୁଷ୍ଠାନରେ ଅବହେଳା ପ୍ରଦର୍ଶନ ହୁଏ, ତାହେଲେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବେ।

farepaf

କନକ ବ୍ୟୁରୋ :  କୋଲକାତାରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଜୁନିୟର ଡାକ୍ତରମାନେ କରିଆସୁଥିବା ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ସେମାନେ ଶନିବାରରୁ କାର୍ୟ୍ୟରେ ଯୋଗଦେବେ। ତେବେ ଜରୁରୀ ସେବା ଆରମ୍ଭ ହେବାକୁ ଥିବା ବେଳେ ଓପିଡି  ଏବଂ  ଓଟି ସେବା ବନ୍ଦ ରହିବ। ୪୧ ଦିନର ଧାରଣା ପରେ ଜୁନିୟର ଡାକ୍ତରମାନେ ଧାରଣାରୁ ଓହରିବାକୁ ଘୋଷଣା କରିଛନ୍ତି । ଆନ୍ଦୋଳନ କରୁଥିବା ଡାକ୍ତରମାନଙ୍କ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ତେବେ ସେମାନେ ସତର୍କ କରିଦେଇଛନ୍ତି ଯେ, ସେମାନେ ସୁପ୍ରିମକୋର୍ଟଙ୍କ ଶୁଣାଣି ଓ ପଶ୍ଚିମବଙ୍ଗ ସରକାର ନେଉଥିବା ପଦକ୍ଷେପ ଉପରେ ନଜର ରଖିଛନ୍ତି। ଯଦି କାର୍ୟ୍ୟାନୁଷ୍ଠାନରେ ଅବହେଳା ପ୍ରଦର୍ଶନ ହୁଏ, ତାହେଲେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବେ । କିଛି ଦିନ ତଳେ ଆନ୍ଦୋଳନରତ ଡାକ୍ତରଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜା ଆଲୋଚନା କରିଥିଲେ। ଏକାଧିକ ରାଉଣ୍ଡର ବୈଠକ ପରେ ଡାକ୍ତରଙ୍କ ଅଧିକାଂଶ ଦାବିକୁ ମମତା ସରକାର ମାନିନେଇଥିବା କୁହାଗଲା। ଅଗଷ୍ଟ ୯ରେ କୋଲକାତାରେ ଆର ଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ସେବେଠାରୁ ପୀଡ଼ିତାଙ୍କୁ ନ୍ୟାୟ ଓ ଡାକ୍ତରଙ୍କୁ ସୁରକ୍ଷା ସହ ଆହୁରି କିଛି ଦାବି ନେଇ ଜୁନିୟର ଡାକ୍ତରମାନେ ଆନ୍ଦୋଳନ କରିଆସୁଥିଲେ। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଏବେ ଏହି ମାମଲାର ତଦନ୍ତ କରୁଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe