କନକ ବ୍ୟୁରୋ: ଗିରଫ ହେଲେ ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାର କନିଷ୍ଠ କିରାଣି । ଲାଞ୍ଚ ମାମଲାରେ ଦେବଯାନୀ କରଙ୍କୁ ଗିରଫ କଲା ଭିଜିଲାନ୍ସ। ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ ଦେବଯାନୀ । 

Advertisment

ଅଫିସ୍‌ରେ ରେଡ୍ ବେଳେ ମିଳିଥିଲା ୧୫ ଲକ୍ଷ ଟଙ୍କା। ସୂଚନାମୁତାବକ,  ଜମି କାଗଜପତ୍ର ବାବଦକୁ ଦେବଯାନୀ ଜଣେ ବ୍ୟକ୍ତିଙ୍କୁ ୨୦ ହଜାର ଟଙ୍କା ମାଗିଥିଲେ। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସ ନିକଟରେ ଏନେଇ ଅଭିଯୋଗ କରିଥିଲେ। ଏହାପରେ ଦେବଯାନୀ ଉକ୍ତ ବ୍ୟକ୍ତିଙ୍କ ଠାରୁ ଲଞ୍ଚ ନେବାବେଳେ ହିଁ ଧରିଥିଲା ଭିଜିଲାନ୍ସ।