ଜଙ୍ଗଲରେ ମାଫିଆ ରାଜ୍ ; ୧୦ ବର୍ଷରେ ୬୯୬୦ ଶିକାରୀ ଗିରଫ

Advertisment

ଜଙ୍ଗଲରେ ମାତିଛନ୍ତି ମାଫିଆ । ୧୦ ବର୍ଷରେ ଶିକାର ହୋଇଛନ୍ତି ୨ ହଜାର ୮୬୯ ଜନ୍ତୁ । ଧରାପଡ଼ିଛନ୍ତି ୬ ହଜାର ୯୬୦ ଶିକାରୀ । ଗୃହରେ ପରିବେଶ ମନ୍ତ୍ରୀଙ୍କ ଉତ୍ତର ପରେ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ବଢ଼ିଲା ଚିନ୍ତା ।

ଜଙ୍ଗଲରେ ମାତିଛନ୍ତି ମାଫିଆ । ୧୦ ବର୍ଷରେ ଶିକାର ହୋଇଛନ୍ତି ୨ ହଜାର ୮୬୯ ଜନ୍ତୁ । ଧରାପଡ଼ିଛନ୍ତି ୬ ହଜାର ୯୬୦ ଶିକାରୀ । ଗୃହରେ ପରିବେଶ ମନ୍ତ୍ରୀଙ୍କ ଉତ୍ତର ପରେ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ବଢ଼ିଲା ଚିନ୍ତା ।

Jungle Mafia

କନକ ବ୍ୟୁରୋ : ଜଙ୍ଗଲରେ ମାତିଛନ୍ତି ମାଫିଆ। ବାଘ ଛାଲ, ହାତୀ ଦାନ୍ତ,ବଜ୍ରକାପ୍ତା ବ୍ୟାପକ ଚୋରା ଚାଲାଣ କରୁଛନ୍ତି ଶିକାରୀ। ୧୦ ବର୍ଷରେ ୨୮୬୯ ଟି ବାଘ, ଭାଲୁ, ହରିଣ, ସମ୍ବର, ହାତୀ ଦାନ୍ତ ଓ ବଜ୍ରକାପ୍ତା ହତ୍ୟା ଓ ଚୋରାଚାଲାଣ ହୋଇଛି। ୧୦ ବର୍ଷ ମଧ୍ୟରେ ୬୯୬୦ ଶିକାରୀଙ୍କୁ ଗିରଫ କରାଯାଇଛି।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କ ପ୍ରଶ୍ନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆଙ୍କ ଲିଖିତ ଉତ୍ତର। ତାରା ବାହିନୀପତି ପ୍ରଶ୍ନ କରିଥିଲେ କି ରାଜ୍ୟର ବିଭିନ୍ନ ଅଂଚଳରେ ଗତ ୧୦ ବର୍ଷ ମଧ୍ୟରେ କେତେ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି। ସେମାନଙ୍କଠାରୁ କ’ଣ ସବୁ ସାମଗ୍ରୀ ଜବତ କରାଯାଇଛି। ପଶୁ ପକ୍ଷୀଙ୍କୁ ଶିକାରୀଙ୍କ କବଳରୁ ରକ୍ଷା କରିବା ପାଇଁ ବନ ବିଭାଗ ପକ୍ଷରୁ କ’ଣ ପଦକ୍ଷେପ ନିଆଯାଇଛି?

ଏହାର ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ଶୀକାର ନିରୋଧକ ଶିବିର, ପକ୍ଷୀ ସୁରକ୍ଷା ଶିବିର, ଶିକାରୀଙ୍କ ଗତିବିଧି ନିରୀକ୍ଷଣ ଓ ଜନ ସଚେତନତା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଏହା ସହ ପୋଲିସ ଓ ବନ ଅଧିକାରୀଙ୍କୁ ନେଇ ଜଏଣ୍ଟ ଯାକ୍ସ ଫୋର୍ସ ମଧ୍ୟ ଗଠନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe