କନକ ବ୍ୟୁରୋ: କ୍ୟାମ୍ପସ ଦଖଲ ପାଇଁ ଆସନ୍ତାକାଲି ସବୁ କଲେଜ ଓ ବିଶ୍ବବିଦ୍ୟାଳୟରେ ବଳକଷାକଷି ହେବେ ଶାସକ-ବିରୋଧୀ । ଜୁନ ୨୫ରେ ଜରୁରୀକାଳୀନ ପରିସ୍ଥିତିର ୫୦ ବର୍ଷକୁ ମନେପକାଇ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନଗୁଡିକରେ ପାଳନ ହେବ ସମ୍ବିଧାନ ହତ୍ୟା ଦିବସ । ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀ ଏଥିରେ ସାମିଲ ହେବେ । ସରକାରଙ୍କ ପକ୍ଷରୁ  ସଚେତନତା ଶୋଭାଯାତ୍ରା ସହ ବିତର୍କ, କର୍ମଶାଳା ଓ ବତ୍କୃତା ଆୟୋଜନ ହେବ । ଅନ୍‌ ଲାଇନ, ଅଫ୍‌ଲାଇନରେ  ପ୍ୟାନେଲ ଆଲୋଚନା ହେବ ।  ବିଶ୍ବବିଦ୍ୟାଳୟଗୁଡିକରେ ପ୍ରଦର୍ଶନୀ, ସେମିନାର ହେବ । ସବୁ କାର୍ଯ୍ୟକ୍ରମର ରେକର୍ଡିଂ ହୋଇ ୨୮ ଜୁନ୍ ୨୦୨୫ ସୁଦ୍ଧା ଉଚ୍ଚଶିକ୍ଷା ବିଭାଗରେ  ଦାଖଲ କରିବାକୁ କୁହାଯାଇଛି । ରେଳ ଅଡିଟୋରିୟମରେ ବି ରାଜ୍ୟସ୍ତରୀୟ ଉତ୍ସବ ହେବ ।

Advertisment

କାଉଣ୍ଟର ପାଇଁ ବିରୋଧୀଙ୍କ ସଜବାଜ 
ବିଜେଡିର ଧର୍ମଘଟ, କଂଗ୍ରେସର ଘେରାଉ 

ସରକାରଙ୍କ ସମ୍ବିଧାନ ହତ୍ୟା ଦିବସକୁ କାଉଣ୍ଟର କରିବାକୁ ବି ପ୍ରସ୍ତୁତ ହେଉଛନ୍ତି ବିଜେଡି ଓ କଂଗ୍ରେସ । କାଲି ରାଜ୍ୟରେ ସବୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ବିଜେଡି କରିବ ଛାତ୍ର ଧର୍ମଘଟ । ମହିଳାମାନେ ରାଜ୍ୟରେ ଅସୁରକ୍ଷିତ ହୋଇପଡୁଥିବା ଅଭିଯୋଗରେ କଳାବ୍ୟାଜ ପିନ୍ଧି ଆନ୍ଦୋଳନ କରିବ ବିଜୁ ଯୁବ ଛାତ୍ର ଜନତା ଦଳ । ସେହିପରି ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ କଂଗ୍ରେସ ବି ସଜବାଜ ହେଉଛି । ରାଜ୍ୟରେ ୨୦୧୭ରୁ ଛାତ୍ରସଂସଦ ନିର୍ବାଚନ ହୋଇନାହିଁ । ଆଉ କ୍ୟାମ୍ପସ ଦଖଲ ପାଇଁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୂଳଦୁଆ ପଡ଼ିବ । ଦଶହରା ପୂର୍ବରୁ ଛାତ୍ରସଂସଦ ନିର୍ବାଚନ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସଙ୍କେତ ଦେବା ପରେ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି ।