୧୭ ବର୍ଷ ବୟସରେ ହୋଇଥିଲେ ମିସ୍ ଇଣ୍ଡିଆ; ବର୍ତ୍ତମାନ ବଲିଉଡର ସବୁଠୁ ଧନୀ ଅଭିନେତ୍ରୀ

ମିସ୍ ଇଣ୍ଡିଆ କିତାବ୍ ଜିତିବା ପରେ ଜୁହି ଆଉ ପଛକୁ ଫେରି ଚାହିଁ ନଥିଲେ । ସେ ଫିଲ୍ମ ଅପେକ୍ଷା ବ୍ୟବସାୟରୁ ଅଧିକ ରୋଜଗାର କରନ୍ତି । ବର୍ତ୍ତମାନ ୫୭ ବର୍ଷ ବୟସରେ ପହଞ୍ଚିଥିବା ଜୁହି ଦୁଇଟି ସନ୍ତାନର ମାଆ ହେବା ସହ ଜଣେ ସକସେସଫୁଲ ବିଜନେସ୍ ୱମେନ୍‌ ।

44RY5T

Photograph: (kanakNews)

କନକ ବ୍ୟୁରୋ : ୯୦ ଦଶକରେ ବଲିଉଡରେ ରାଜ କରୁଥିଲେ ସୁନ୍ଦରୀ ଅଭିନେତ୍ରୀ ଜୁହି ଚାୱଲା । ତାଙ୍କ ଫିଲ୍ମ କ୍ୟାରିୟରରେ ସେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ଜୁହିଙ୍କର ମିସ୍ ଇଣ୍ଡିଆଠୁ ନେଇ ସଫଳ ଅଭିନେତ୍ରୀ ହେବା ପର୍ଯ୍ୟନ୍ତର ଯାତ୍ରା ବେଶ୍ ଚର୍ଚ୍ଚିତ ଥିଲା । ସେ ଅନ୍ୟ ଅଭିନେତ୍ରୀମାନଙ୍କ ପରି  ଫିଲ୍ମର ହିରୋଙ୍କ ଉପରେ ନିର୍ଭର କରୁନଥିଲେ ବରଂ ପ୍ରତ୍ୟେକ ଫିଲ୍ମରେ ହିରୋଙ୍କଠାରୁ ମଧ୍ୟ ଅଧିକ ହିଟ୍ ହେବାର ଦେଖାଯାଇଛନ୍ତି ଜୁହି । ତିନି ଦଶନ୍ଧିରୁ ଅଧିକ ସମୟ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଥିବା ଏହି ଅଭିନେତ୍ରୀ ବଲିଉଡର ତିନି ଖାନଙ୍କ ସହ ମଧ୍ୟ କାମ କରିଛନ୍ତି । 

EDFCERGB

ଜୁହି ଚାୱଲା ୧୯୮୪ ମସିହାରେ ମିସ୍ ଇଣ୍ଡିଆ ଟାଇଟଲ ଜିତିଥିଲେ ଏବଂ ବଲିଉଡର କ୍ୟୁନ୍ ରେଖା ତାଙ୍କୁ ମିସ୍ ଇଣ୍ଡିଆର ମୁକୁଟ ପିନ୍ଧାଇଥିଲେ । ଏହା ପରେ ଜୁହିଙ୍କୁ ଫିଲ୍ମ ମିଳିବା ଆରମ୍ଭ ହୋଇଥିଲା । 

1FJY

ଭାରତର ସବୁଠାରୁ ଧନୀ ଅଭିନେତ୍ରୀ

ମିସ୍ ଇଣ୍ଡିଆ କିତାବ୍ ଜିତିବା ପରେ ଜୁହି ଆଉ ପଛକୁ ଫେରି ଚାହିଁ ନଥିଲେ । ସେ ଫିଲ୍ମ ଅପେକ୍ଷା ବ୍ୟବସାୟରୁ ଅଧିକ ରୋଜଗାର କରନ୍ତି । ବର୍ତ୍ତମାନ ୫୭ ବର୍ଷ ବୟସରେ ପହଞ୍ଚିଥିବା ଜୁହି ଦୁଇଟି ସନ୍ତାନର ମାଆ ହେବା ସହ ଜଣେ ସକସେସଫୁଲ ବିଜନେସ୍ ୱମେନ୍‌ । ଜୁହି ଚାୱଲା ୪୬୦୦ କୋଟି ସମ୍ପତ୍ତିର ମାଲିକିଆଣି । ଶାହରୁଖ ଖାନଙ୍କ ପରେ ଜୁହି ଚାୱଲା ବଲିଉଡର ଦ୍ୱିତୀୟ ଷ୍ଟାର ଯାହାଙ୍କ ସମ୍ପତ୍ତି ସର୍ବାଧିକ । ଶାହରୁଖଙ୍କ ପାଖରେ ୭୩୦୦ କୋଟି ଟଙ୍କାର ସମ୍ପତ୍ତି ଅଛି । ସଲମାନ ଖାନ, ଆମିର ଖାନ, ହ୍ରିତିକ୍ ରୋଶନ ଏବଂ ଅନେକ ଅଭିନେତା ରୋଜଗାରରେ ଜୁହି ଚାୱଲାଙ୍କ ଠାରୁ ବହୁତ ପଛରେ ଅଛନ୍ତି । ଜୁହି ଚାୱଲା ତାଙ୍କ କ୍ୟାରିୟରର ଶିଖର ସମୟରେ ୧୯୯୫ ମସିହାରେ ବ୍ୟବସାୟୀ ଜୟ ମେହେତାଙ୍କୁ ବିବାହ କରିଥିଲେ । ଜୁହି ତାଙ୍କ ବେଷ୍ଟ ଫ୍ରେଣ୍ଡ ଶାହରୁଖ ଖାନଙ୍କ ସହ ମିଶି ଆଇପିଏଲ ଦଳ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟ କିଣିଛନ୍ତି । ଏହା ବ୍ୟତୀତ ଜୁହିଙ୍କର ଅନେକ ବ୍ୟବସାୟ ମଧ୍ୟ ଅଛି ।

4FBHG

ଜୁହିଙ୍କ ଚଳଚ୍ଚିତ୍ର କାର୍ଯ୍ୟକ୍ଷେତ୍ର

ମିସ୍ ଇଣ୍ଡିଆ ମୁକୁଟ ଜିତିବାର ଦୁଇ ବର୍ଷ ପରେ ୧୯୮୬ରେ ଜୁହିଙ୍କୁ ଫିଲ୍ମ "ସଲତନତ"ରେ କାମ କରିବାର ସୁଯୋଗ ମିଳିଥିଲା କିନ୍ତୁ ଫିଲ୍ମଟି ସେତେ ସଫଳତା ପାଇ ନଥିଲା । ପରେ ତାଙ୍କର ସାଉଥ୍ ଡେବ୍ୟୁ ଫିଲ୍ମ ହିଟ୍ ହୋଇଥିଲା ଏବଂ ହିନ୍ଦୀ ସିନେମାରେ ତାଙ୍କର ପ୍ରତ୍ୟାବର୍ତ୍ତନ ମଧ୍ୟ ହେଲା । ଜୁହି କନ୍ନଡ ଏବଂ ତାମିଲ ଚଳଚ୍ଚିତ୍ରରେ କାମ କରିଛନ୍ତି । ୧୯୮୮ ମସିହାରେ ଜୁହିଙ୍କୁ ଅମିରଙ୍କ ବିପକ୍ଷରେ କୟାମତ ସେ କୟାମତ ଚଳଚ୍ଚିତ୍ରରେ ଅଭିନେତ୍ରୀ ଭାବରେ କାଷ୍ଟ କରାଯାଇଥିଲା । ସେତେବେଳେ ଏହି ଚଳଚ୍ଚିତ୍ରଟି ବ୍ଲକବଷ୍ଟର ପ୍ରମାଣିତ ହେଲା ଏବଂ ଏହି ଫିଲ୍ମ  ପାଇଁ ଜୁହିଙ୍କୁ ପୁରଷ୍କାର ପରେ ପୁରଷ୍କାର ମିଳିବାକୁ ଲାଗିଲା । ଏହା ପରେ ଜୁହି କେବେ ପଛକୁ ଫେରି ଚାହିଁ ନଥିଲେ ।

ସେ ଗୋବିନ୍ଦାଙ୍କ ସହିତ ସ୍ୱର୍ଗ, ରିଷି କପୁରଙ୍କ ସହିତ ବୋଲ୍ ରାଧା ବୋଲ୍, ଅମିରଙ୍କ ସହିତ ଦୌଲତ କି ଜଙ୍ଗ, ହମ୍ ହୈ ରାହି ପ୍ୟାର୍ କେ, ଇସ୍କ, ଶାହରୁଖଙ୍କ ସହିତ ରାଜୁ ବନ ଗୟା ଜେଣ୍ଟେଲ୍‌ମ୍ୟାନ୍, ୟେସ୍ ବସ୍ ଭଳି ଅନେକ ଦମଦାର ଫିଲ୍ମ ବଲିଉଡ୍ ଜଗତକୁ ଭେଟି  ଦେଇଛନ୍ତି । ଏବେ ବି ଜୁହି ଚାୱଲା ଫିଲ୍ମରେ ସକ୍ରିୟ ଅଛନ୍ତି ଏବଂ ୨୦୨୩ରେ ତାଙ୍କୁ ଫ୍ରାଇଡେ ନାଇଟ୍ ପ୍ଲାନ ଫିଲ୍ମରେ ଦେଖିବାକୁ ମିଳିଥିଲା । ତେବେ ବଲିଉଡରେ ଜୁହି ଚାୱାଲାଙ୍କୁ ନେଇ ଆଜି ବି ଚର୍ଚ୍ଚା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe