ବିଜେଡି ଉପରେ ବିଜେପିର ଡବଲ ଆଟାକ । ଜୁଏଲ, ଜୟନାରାୟଣଙ୍କ ଭବିଷ୍ୟବାଣୀ, ‘ଖୁବଶୀଘ୍ର ଭାଙ୍ଗିଯିବ ବିଜେଡି’

Advertisment

ନିର୍ବାଚନ ପରେ ବିଜେପିର ଜଣକ ପରେ ଜଣେ ନେତା, ବିରୋଧୀ ଦଳକୁ ଘନଘନ ଆକ୍ରମଣ କରୁଛନ୍ତି। ଏହିକ୍ରମରେ ଏବେ ଯୋଡ଼ି ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ।

ନିର୍ବାଚନ ପରେ ବିଜେପିର ଜଣକ ପରେ ଜଣେ ନେତା, ବିରୋଧୀ ଦଳକୁ ଘନଘନ ଆକ୍ରମଣ କରୁଛନ୍ତି। ଏହିକ୍ରମରେ ଏବେ ଯୋଡ଼ି ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ।

statement on bjd

କନକ ବ୍ୟୁରୋ: ନିର୍ବାଚନ ପରେ ବିଜେପିର ଜଣକ ପରେ ଜଣେ ନେତା, ବିରୋଧୀ ଦଳକୁ ଘନଘନ ଆକ୍ରମଣ କରୁଛନ୍ତି। ଏହିକ୍ରମରେ ଏବେ ଯୋଡ଼ି ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ବିଜେଡିର ବହୁ ନେତା ବିଜେପିରେ ମିଶିବେ ବୋଲି ଜୁଏଲ କହିଛନ୍ତି। ଆଉ ବିଧାୟକ ଜୟନାରାୟଣ ମିଶ୍ର ତାଳରେ ତାଳ ମିଶାଇ ବିଜେଡି ଭାଙ୍ଗିଯିବ ବୋଲି କହିଛନ୍ତି। ଉଭୟ ନେତାଙ୍କ ବୟାନ ପରେ ଜବାବ ରଖିଛି ବିଜେଡି।

  • ବିଜେଡି ଉପରେ ବିଜେପିର ଡବଲ ଆଟାକ
  • ଜୁଏଲ, ଜୟନାରାୟଣଙ୍କ ଭବିଷ୍ୟବାଣୀ
  • ‘ଖୁବଶୀଘ୍ର ଭାଙ୍ଗିଯିବ ବିଜେଡି’

ମମତା ମହନ୍ତ, ସୁଜିତ କୁମାର ଅପ୍ରତ୍ୟାଶିତ ଭାବେ ବିଜେଡି ଛାଡ଼ିବା ପରେ ବିଜେପି ଶିବିର ବେଶ ଉତ୍ସାହିତ ହୋଇପଡ଼ିଛି। ଜଣେ ପରେ ଜଣେ ନେତା ମୁହଁ ବିଜେଡି ଭାଙ୍ଗିଯିବ ବୋଲି କହୁଛନ୍ତି। ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବଡ଼ ପ୍ରତିକ୍ରିୟା ରଖି କହିଛନ୍ତି, ବିଜେଡିର ଅନେକ ହାଇପ୍ରୋଫାଇଲ ନେତା ବିଜେପି ଯୋଗାଯୋଗରେ ଅଛନ୍ତି। ବିଜେଡି ଯାହା ୨୪ ବର୍ଷରେ କରିପାରିଲା ନାହିଁ, ତାହା ୩ ମାସରେ କରିଦେଖାଇଛି ବିଜେପି।  

ଜୟନାରାୟଣ ମିଶ୍ର ମଧ୍ୟ ଜୁଏଲଙ୍କ କଥାରେ ହଁ ଭରିଛନ୍ତି। ଆଉ କହିଛନ୍ତି, ବିଜେଡିର ଆୟୁଷ କମ୍ ଦିନ। ଆଗକୁ ଓଡ଼ିଶାରେ କେବଳ ୨ଟି ଦଳ ରହିବ। ଗୋଷ୍ଠୀ କନ୍ଦଳ ହୋଇ ବିଜେଡି ଦଳ ଛିନ ଛତ୍ର ହୋଇଯିବ। ପୂର୍ବରୁ ରାଜ୍ୟ ସଭାପତି ମନମୋହନ ସାମଲ ସମାନ କଥା କହିଥିଲେ। ସେପଟେ ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି। ଦିବା ସ୍ବପ୍ନ ଦେଖୁଛି ବିଜେପି। ଜାତୀୟ ଦଳ ନିଜ ଘର କଥା ଚିନ୍ତା ନକରି ଶୂନ୍ୟରେ ହାବେଳି ମାରୁଛନ୍ତି କହି କଟାକ୍ଷ କରିଛନ୍ତି ଲେନିନ ମହାନ୍ତି ।

ତେବେ ପ୍ରକୃତରେ କ’ଣ ବିଜେଡି ଭାଙ୍ଗିଯିବ? ଏହା କେବଳ ରାଜନୀତିକ ବୟାନବାଜି। ନା ସତରେ ଏଭଳି କିଛି ଘଟିବାକୁ ଯାଉଛି? ତା’ ଉପରେ ରହିଛି ନଜର…

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe