କନକ ବ୍ୟୁରୋ : ସାମ୍ନାକୁ ଆସିବ ସମ୍ବଲ ହିଂସା ପଛର ସତ୍ୟତା  । କଡ଼ା ସୁରକ୍ଷା ଭିତରେ ଆଜି ଘଟଣାସ୍ଥଳରେ ପହଁଚିଛି ନ୍ୟାୟିକ ଯାଂଚ କମିଶନର ତିନିଜଣ ସଦସ୍ୟ ବିଶିଷ୍ଠ ଟିମ ଜାମା ମସଜିଦ ଭିତରେ ପ୍ରବେଶ କରି  ତଦନ୍ତ ପ୍ରକିୟା ଆରମ୍ଭ କରିଛନ୍ତି । ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ବାରା ଏହି କମିଶନ ଗଠନ କରାଯାଇଛି । ଏହାର ନେତୃତ୍ବ ନେଉଛନ୍ତି ଅବସରପ୍ରାପ୍ତ ଜଷ୍ଟିସ ଦେବେନ୍ଦ୍ର କୁମାର ଆରେଡା । ଟିମରେ ଅନ୍ୟ ଦୁଇ ଅବସରପ୍ରାପ୍ତ ଆଇପିଏଏସ ଅଧିକାରୀ ମୋହନ ପ୍ରସାଦ ଓ ଅରବିନ୍ଦ କୁମାର ଜୈନ ରହିଛନ୍ତି । ତେବେ ଘଟଣା କିଭଳି ଘଟିଲା । ଏହା ପଛରେ କୌଣସି ଷଡଯନ୍ତ୍ର ରହିଛି ନା ନାହିଁ ନେଇ କୋର୍ଟଙ୍କୁ  ରିପୋର୍ଟ ଦେବ କମିଶନ । ନଭେମ୍ବର ୨୪ରେ ଉତରପ୍ରଦେଶ ସମ୍ଭଲ ସ୍ଥିତ ଜାମା ମସଜିଦକୁ ସର୍ଭେ ପାଇଁ ପହଁଚିଲେ ଟିମ । ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରିବା ପରେ ପୁଲିସ ସହ ବଡଧରଣର ସଂର୍ଘଷ ଘଟିଥିଲା । ଯେଉଁଥିରେ ୫ଜଣଙ୍କ ମୃତ୍ୟୁ ହେବା ସହ ଶତାଧିକ ଆହତ ହୋଇଥିଲେ । ଏହାର ତଦନ୍ତ ପାଇଁ ଉତରପ୍ରଦେଶ ସରକାର ନ୍ୟାୟିକ ଯାଂଚ କମିଶନ ଗଠନ କରିଥିଲେ ।