କନକ ବ୍ୟୁରୋ: ଉଦଘାଟିତ ହେଲା ନ୍ୟାୟିକ ପରିସର ବା ଜୁଡ଼ିସିଆଲ କୋର୍ଟ କମ୍ପ୍ଲେକ୍ସ । ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅତ୍ୟାଧୁନିକ କୋର୍ଟରେ ରହିଛି ଅନେକ ସୁବିଧା । ଭାରତର ବର୍ଷରେ ଥିବା ଜିଲ୍ଲା କୋର୍ଟ ମଧ୍ୟରେ ଏହି କୋର୍ଟ ପ୍ରଥମ ବୋଲି ଜଣାପଡିଛି । ଏହି କୋର୍ଟ କମ୍ପ୍ଲେକ୍ସରେ ୫୬ କୋର୍ଟ ବ୍ୟବସ୍ଥା  ରହିଛି ।

Advertisment

ଭିଜିଲାନ୍ସ , ସିବିଆଇ, ସିଭିଲ , ଦୁଇଟି ଫ୍ୟାମିଲି କୋର୍ଟ , ଲେବର , ଶିଳ୍ପ କୋର୍ଟ , ଟ୍ରିବ୍ୟୁନାଲ କୋର୍ଟ , କନଫେରେନ୍ସ , ପୋକ୍ସ କୋର୍ଟ , ସିଏସଆଇ ଅଫିସ୍ , ଅଭ୍ୟର୍ଥନା କକ୍ଷ , ପ୍ରତୀକ୍ଷା କକ୍ଷ , ସିଭିଲ ଆଦି ଜେ, କ୍ରିମିନାଲ ଏଡି ଜେ , ଭଳି ଅତ୍ୟାଧୁନିକ ରୁମ ରହିଛି । ଯେଉଁଥିରେ କମ୍ପ୍ୟୁଟର , କନଫରେନ୍ସ ହଲ , ମିଟିଂ ହଲ , ସିନିୟର୍ ଓକିଲଙ୍କ ଚାମ୍ବର , ଏହାସହିତ ଅଭିଯୁକ୍ତଙ୍କ ପାଇଁ କସଟଡି, ମହିଳା ଏବଂ ପୁରୁଷଙ୍କ ସମ୍ପୂର୍ଣ ଅଲଗା ଅଲଗା କକ୍ଷ ରହିଛି ।  ଭିଡିଓ କନଫରେନ୍ସ ହଲ ରହିଛି । ଅଭିଯୁକ୍ତ ଏବଂ ଅଭିଯୋଗକାରୀ ସହ ଓକିଲଙ୍କ ପାଇଁ ଏକ ଡିସପ୍ଲେ ରହିଛି । ଏହାସହ ଅତ୍ୟାଧୁନିକ ଟେକନଲୋଜି ଏଠାରେ ରହିଛି ।