ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା । ଜନ୍ମଜାତ ପ୍ରମାଣପତ୍ର ନେଇ ନୂଆ ନିୟମ ଉପରେ ରୋକ ଲଗାଇଲେ କୋର୍ଟ

Advertisment

ଟ୍ରମ୍ପଙ୍କ ଜନ୍ମଜାତ ପ୍ରମାଣପତ୍ର ନେଇ ନୂଆ ନିୟମ ଉପରେ ରୋକ ଲଗାଇଛନ୍ତି ଆମୋରିକା କୋର୍ଟ । ଆମେରିକାର ଜନ୍ମଗତ ନାଗରିକତ୍ବ ଅଧିକାର ଉଚ୍ଛେଦ ନେଇ ଟ୍ରମ୍ପ ଜାରି କରିଥିବା ନିର୍ଦେଶକୁ ବିରୋଧ କରି ୨୨ଟି ପ୍ରାଦେଶିକ ସରକାର କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆମେରିକାର ୫୦ଟି ରାଜ୍ୟ ମଧ୍ୟରୁ ୨୨ଟି ରାଜ୍ୟ ସରକାର ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି ।

ଟ୍ରମ୍ପଙ୍କ ଜନ୍ମଜାତ ପ୍ରମାଣପତ୍ର ନେଇ ନୂଆ ନିୟମ ଉପରେ ରୋକ ଲଗାଇଛନ୍ତି ଆମୋରିକା କୋର୍ଟ । ଆମେରିକାର ଜନ୍ମଗତ ନାଗରିକତ୍ବ ଅଧିକାର ଉଚ୍ଛେଦ ନେଇ ଟ୍ରମ୍ପ ଜାରି କରିଥିବା ନିର୍ଦେଶକୁ ବିରୋଧ କରି ୨୨ଟି ପ୍ରାଦେଶିକ ସରକାର କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆମେରିକାର ୫୦ଟି ରାଜ୍ୟ ମଧ୍ୟରୁ ୨୨ଟି ରାଜ୍ୟ ସରକାର ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି ।

54 trump

54 trump Photograph: (54 trump)

କନକ ବ୍ୟୁରୋ :  କ୍ଷମତାକୁ ଆସୁ ଆସୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂଆ ନୂଆ ଆଇନ ଆଣୁଛନ୍ତି । ଯାହାକୁ ନେଇ ଆମେରିକା ସମେତ ସାରା ବିଶ୍ବର ବିତର୍କ ଆରମ୍ଭ ହୋଇଯାଇଛି । ଟ୍ରମ୍ପଙ୍କ ଦ୍ବିତୀୟ ଇନିଂସରେ ହ୍ବୂାଇଟହାଉସର କୋଠର ଆଭିମୁଖ୍ୟ ଦେଖିବାକୁ ମିଳୁଛି । 

ଓଭାଲ ଅଫିସରୁ ଟ୍ରମ୍ପ ଜାରି କରିଛନ୍ତି ୧୦ଟି କଠୋର ନିର୍ଦ୍ଦେଶ
ଆମେରିକାରେ ପ୍ରଚଳିତ ଏକାଧିକ ନିୟମକୁ ବଦଳାଉଛନ୍ତି ଟ୍ରମ୍ପ
୧୯୬୮ର ଜନ୍ମାଧିକାର ନାଗରିକତାକୁ ବିଲୋପ କରିବାକୁ ଚାହୁଁଛନ୍ତି ଟ୍ରମ୍ପ
ଟ୍ରମ୍ପଙ୍କ ନୂଆ ନିୟମକୁ ନେଇ ଚିନ୍ତାରେ ଭାରତୀୟ
ଅସ୍ଥାୟୀ ଭାବେ ରହୁଥିବା ଭାରତୀୟଙ୍କ ମଧ୍ୟରେ ଡର ପଶିଛି 
ନୂଆ ନିୟମରେ ଆମେରିକାରେ ଜନ୍ମ ହେଲେ ଆଉ ମିଳିବନି ନାଗରିକତା

ତେବେ ଏହି ଜନ୍ମାଧିକାର ନାଗରିକତା କ’ଣ?
 ଜନ୍ମାଧିକାର ନାଗରିକତାର ଅର୍ଥ ଯିଏ ଆମେରିକା ମାଟିରେ ଜନ୍ମ ଗ୍ରହଣ କରିବେ
  ଆପେଆପେ ସେଠାକାର ନାଗରିକତା ତାଙ୍କୁ ମିଳିବ
 ତାଙ୍କ ବାପା ମା’ ପାଖରେ ଯଦି ଆମେରିକାର ନାଗରିକତା ନଥିବ କିମ୍ବା ସେମାନେ ଶରଣାର୍ଥୀ ହୋଇଥିଲେ ବି ପିଲାକୁ ଆମେରିକାର ନାଗରିକତା ମିଳିବ
 ଏହି ପ୍ରାବଧାନ ୧୮୬୮ ମସିହାରୁ ଆମେରିକାରେ କାର୍ଯ୍ୟକାରୀ ହେଉଛି
 ଆମେରିକାରେ ଜନ୍ମିତ ପିଲାଙ୍କୁ ନାଗରିକତା ସହ ସମସ୍ତ ପ୍ରକାରର ସୁବିଧା ଦେବାକୁ ପ୍ରଣୟନ କରାଯାଇଥିଲା

ଟ୍ରମ୍ପଙ୍କ ଜନ୍ମଜାତ ପ୍ରମାଣପତ୍ର ନେଇ ନୂଆ ନିୟମ ଉପରେ ରୋକ ଲଗାଇଛନ୍ତି ଆମୋରିକା କୋର୍ଟ । ଆମେରିକାର ଜନ୍ମଗତ ନାଗରିକତ୍ବ ଅଧିକାର ଉଚ୍ଛେଦ ନେଇ ଟ୍ରମ୍ପ ଜାରି କରିଥିବା ନିର୍ଦେଶକୁ ବିରୋଧ କରି ୨୨ଟି ପ୍ରାଦେଶିକ ସରକାର କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆମେରିକାର ୫୦ଟି ରାଜ୍ୟ ମଧ୍ୟରୁ ୨୨ଟି ରାଜ୍ୟ ସରକାର ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି । ଏହା ସହିତ ଆମେରିକାନ ସିଭିଲ୍ ଲିର୍ବଟିଜ୍ ୟୁନିୟନ, ଦେଶାଟନ ସଂଗଠନ ଓ ସନ୍ତାନ ଜନ୍ମ ଦେବାକୁ ଯାଉଥିବା କିଛି ମହିଳା ଟ୍ରମ୍ପଙ୍କ ନିଷ୍ପତ୍ତି କୁ ବିରୋଧ କରୁଛନ୍ତି । 

ସେପଟେ ଏବେ ଆମେରିକାରେ ହଜାର ହଜାର ଭାରତୀୟ ଅସ୍ଥାୟୀ ଏଚ-୧ବି ଓ ଏଲ-୧ ଭିସାରେ କାମ କରୁଛନ୍ତି। ସେମାନେ ଆମେରିକାର ସ୍ଥାୟୀ ନାଗରିକ ପାଇଁ ଗ୍ରୀନ କାର୍ଡ ଅପେକ୍ଷାରେ ରହିଛନ୍ତି। ବାପା ମା’ଙ୍କ ମଧ୍ୟରୁ ଜଣେ ଆମେରିକୀୟ ହୋଇ ନଥିବେ କିମ୍ବା ସେମାନଙ୍କ ପାଖରେ ଗ୍ରୀନ କାର୍ଡ ନ ଥିବ, ତା’ହେଲେ ସେମାନଙ୍କ ଠାରୁ ଜନ୍ମିତ ପିଲାଙ୍କୁ ଫ୍ରେବ୍ରୁଆରୀ ୨୦ ଠାରୁ ଆଉ ଆପେଆପେ ଆମେରିକୀୟ ନାଗରିକତା ମିଳିବ ନାହିଁ। ତେଣୁ ଚିନ୍ତାରେ ଅଛନ୍ତି ଲକ୍ଷ ଲକ୍ଷ ପ୍ରବାସୀ ଭାରତୀୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe