କନକ ବ୍ୟୁରୋ :ପ୍ରଖ୍ୟାତ କଣ୍ଠଶିଳ୍ପୀ ଜୁବିନ ଗର୍ଗଙ୍କ ମୃତ୍ୟୁର ତଦନ୍ତ କରୁଥିବା ଆସାମ ପୁଲିସର ସ୍ୱତନ୍ତ୍ର ଟିମ୍ ଜୁବିନଙ୍କ ସହଯୋଗୀ କଣ୍ଠଶିଳ୍ପୀ ଶେଖର ଜ୍ୟୋତି ଗୋସ୍ବାମୀ ଓ ଅମୃତପ୍ରଭା ମହାନ୍ତଙ୍କୁ ଗିରଫ କରିଛି । ସିଙ୍ଗାପୁରରେ ଜୁବିନ ଗର୍ଗଙ୍କ ପାଖେ ପାଖେ ଗୋସ୍ବାମୀ ପହଁରୁଥିଲେ ଓ ମହାନ୍ତ ତାଙ୍କ ସେଲ୍ ଫୋନରେ ଏହା ରେକର୍ଡିଂ କରୁଥିଲେ । ଗୋସ୍ବାମୀ ଓ ମହାନ୍ତଙ୍କୁ ୬ ଦିନ ପଚରା ଉଚରା ପରେ ଏସଆଇଟି ଗିରଫ କରିଛି । ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା ଓ କୋର୍ଟ ସେମାନଙ୍କୁ ୧୪ ଦିନ ପାଇଁ ସିଆଇଡି ହେପାଜତକୁ ପଠାଇ ଦେଇଛନ୍ତି । ଏହି ଘଟଣାରେ ଏପର୍ଯ୍ୟନ୍ତ ୪ ଜଣଙ୍କୁ ଗିରଫ କରାଗଲାଣି । ପୂର୍ବରୁ ଗର୍ଗଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା ଓ ଉତ୍ତର-ପୂର୍ବ ଭାରତ ଉତ୍ସବର ପରିଚାଳକ ଶ୍ୟାମକାନୁ ମହାନ୍ତଙ୍କୁ ଗିରଫ କରାଯାଇଥିଲା । ସିଙ୍ଗାପୁରରୁ ଆଉ କିଛି ତଥ୍ୟ ହାସଲ କରୁଛି ପୁଲିସ । ସେପ୍ଟେମ୍ୱର ୧୯ ତାରିଖରେ ଜୁବିନ ଗର୍ଗ ସିଙ୍ଗାପୁରରେ ପହଁରିବା ବେଳେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଏବଂ ଆସାମ ପୁଲିସ ଘଟଣାର ତଦନ୍ତ କରୁଛି ।

Advertisment

ଜୁବିନ ଗର୍ଗଙ୍କ ଦୁଇବନ୍ଧୁ ଗିରଫ
ଶେଖର ଜ୍ୟୋତି ଗୋସ୍ବାମୀ ଓ ଅମୃତପ୍ରଭା ମହାନ୍ତ ଗିରଫ 
ଗର୍ଗଙ୍କ ପାଖେପାଖେ ଗୋସ୍ବାମୀ ପହଁରୁଥିଲେ
ମହାନ୍ତ ସେଲ୍ ଫୋନରେ ଭିଡିଓ ରେକର୍ଡିଂ କରୁଥିଲେ
ଏପର୍ଯ୍ୟନ୍ତ ଏହି ଘଟଣାରେ ମୋଟ୍ ୪ ଜଣ ଗିରଫ 
ଗତ ୧୯ରେ ଜୁବିନ ସିଙ୍ଗାପୁରରେ ପହଁରିବା ବେଳେ ମୃତ୍ୟୁ ହୋଇଥିଲା 
ଆସାମ ପୁଲିସର ଏସଆଇଟି ଘଟଣାର ତଦନ୍ତ କରୁଛି