ପଟିଆଠାରେ ଜେ ଆଣ୍ଡ୍ ଟି ଜେମ୍ସ ଆଣ୍ଡ୍ ଜୁଏଲାରୀର ନୂତନ ମେଗା ସୋରୁମ୍

ଅଗ୍ରଣୀ ଜୁଏଲାରୀ ବ୍ରାଣ୍ଡ୍ ଜେ ଆଣ୍ଡ୍ ଟି ଜେମ୍ସ ଆଣ୍ଡ୍ ଜୁଏଲାରୀ ଏହାର ୫ମ ମେଗା ସୋରୁମ୍ ଭୁବନେଶ୍ୱରର ପଟିଆଠାରେ ଶୁଭାରମ୍ଭ କରିଅଛି । ୬୦୦୦ ବର୍ଗଫୁଟ ପର୍ଯ୍ୟବେସିତ ଏହି ସୋରୁମ୍‌କୁ ଭୁବନେଶ୍ବର ମେୟର ସୁଲୋଚନା ଦାସ ଉଦ୍‌ଘାଟନ କରିଥିଲେ ।

1wevcfdrasd

Photograph: (kanakNews)

କନକ ବ୍ୟରୋ : ଅଗ୍ରଣୀ ଜୁଏଲାରୀ ବ୍ରାଣ୍ଡ୍ ଜେ ଆଣ୍ଡ୍ ଟି ଜେମ୍ସ ଆଣ୍ଡ୍ ଜୁଏଲାରୀ ଏହାର ୫ମ ମେଗା ସୋରୁମ୍ ଭୁବନେଶ୍ୱରର ପଟିଆଠାରେ ଶୁଭାରମ୍ଭ କରିଅଛି । ୬୦୦୦ ବର୍ଗଫୁଟ ପର୍ଯ୍ୟବେସିତ ଏହି ସୋରୁମ୍‌କୁ ଭୁବନେଶ୍ବର ମେୟର ସୁଲୋଚନା ଦାସ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ସ୍ଥାନୀୟ କର୍ପୋରେଟର ମିହିର କୁମାର ରାଉତ, ପ୍ରିତିନନ୍ଦା ରାଉତରାୟ, ମୋନାଲିସା ବେହେରା ଏବଂ ଅମରେଶ ଜେନା ମଧ୍ୟ ଉପସ୍ଥିତ ଥିଲେ ।

ଏହି ସୋରୁମ୍‌ର ମ୍ୟାନେଜିଂ ଡାଇରେକ୍ଟର ସୁରେଶ କୁମାର ଚୌଧୁରୀ ତାଙ୍କର ଆଗାମୀ ସଂପ୍ରସାରଣ ବିଷୟରେ କହିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜେ ଆଣ୍ଡ୍ ଟି ଜେମ୍ସ ଆଣ୍ଡ୍ ଜୁଏଲାରୀର  ଷ୍ଟୋର ଗୁଡିକ ଉତ୍ତମ ଗ୍ରାହକ ସେବା, ଉଚିତ୍ ମୂଲ୍ୟ ଏବଂ ଉତ୍କୃଷ୍ଟ ଡିଜାଇନ୍ ଉପରେ ଗୁରୁତ୍ବ ଦେଇଥାଏ ।

ପୂର୍ବରୁ ଜାଗମରା, ମାଷ୍ଟର କ୍ୟାଣ୍ଟିନ୍, ବ୍ରହ୍ମପୁର ଏବଂ ବାଲେଶ୍ୱରଠାରେ ଏହାର ସୋରୁମ୍ ରହିଛି । ଏହି ଉଦ୍‌ଘାଟନୀ ଉତ୍ସବରେ ଏହାର ଡାଇରେକ୍ଟର ମଧୁଶ୍ରୀ ଚୌଧୁରୀ,ବ୍ୟବସାୟ ମୁଖ୍ୟ ପ୍ରମୋଦ ରଥଙ୍କ ସହ ଅନେକ ଗ୍ରାହକ ଏବଂ ଅତିଥିମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe