ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜେପି ନଡ୍ଡା, ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଦେବେ ଯୋଗ

Advertisment

ଆଜି ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଦିନ ୧୧ରେ ସେ ଭୁବନେଶ୍ବରରେ ପହଂଚିବେ । ଏହା ପରେ ଏଜି ଛକରେ ଥିବା ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦ କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ

ଆଜି ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଦିନ ୧୧ରେ ସେ ଭୁବନେଶ୍ବରରେ ପହଂଚିବେ । ଏହା ପରେ ଏଜି ଛକରେ ଥିବା ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦ କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ

566

କନକବ୍ୟୁରୋ : ଆଜି ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଦିନ ୧୧ରେ ସେ ଭୁବନେଶ୍ବରରେ ପହଂଚିବେ। ଏହା ପରେ ଏଜି ଛକରେ ଥିବା ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକର  ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହା ପରେ ବୁଦ୍ଧିଜୀବୀ ସମ୍ମଳନୀରେ ଯୋଗଦେଇ ଦଳର ସଦସ୍ୟତା ଅଭିଯାନ ସମ୍ପର୍କରେ ଆଲୋଚନା କରିବେ  ।

ଏଥିରେ ରାଜ୍ୟର ବିଭିନ୍ନ ଗୋଷ୍ଠୀ, ସଂଗଠନ ଓ ଅନୁଷ୍ଠାନର ପ୍ରତିନିଧିତ୍ବ କରୁଥିବା ବିଶିଷ୍ଟ ବ୍ୟକ୍ତି ଯୋଗଦେବେ । ମଧ୍ୟାହ୍ନରେ ବିଜେପି ରାଜ୍ୟ କାର୍ୟ୍ୟାଳୟରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ରାଜ୍ୟ ପଦାଧିକାରୀଙ୍କ ସହ ସଦସ୍ୟତା ଅଭିଯାନ ନେଇ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି।  ବର୍ତମାନ ରାଜ୍ୟରେ ବିଜେପିର ସଦସ୍ୟତା ଅଭିଯାନ ଜାରି ରହିଛି ଏବଂ ଏକ କୋଟି ସଦସ୍ୟ ସଂଗ୍ରହ କରିବା ଲକ୍ଷ ରଖିଛି ରାଜ୍ୟ ବିଜେପି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe