ଓଡିଶାରେ ନଡ୍ଡା, ଭବ୍ୟ ସ୍ୱାଗତ କଲେ କର୍ମୀ । ସଦସ୍ୟତା ଅଭିଯାନର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦେବେ ଯୋଗ

Advertisment

ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବିମାନବନ୍ଦରରେ ପହଞ୍ଚିବା ପରେ ନଡ୍ଡାଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ରାଜ୍ୟ ବିଜେପି କର୍ମୀ । ନାଚ, ଗୀତ, ପାରମ୍ପରିକ ବାଦ୍ୟ ସହ କରାଯାଇଛି ସ୍ୱାଗତ । 

ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବିମାନବନ୍ଦରରେ ପହଞ୍ଚିବା ପରେ ନଡ୍ଡାଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ରାଜ୍ୟ ବିଜେପି କର୍ମୀ । ନାଚ, ଗୀତ, ପାରମ୍ପରିକ ବାଦ୍ୟ ସହ କରାଯାଇଛି ସ୍ୱାଗତ । 

nadda

କନକ ବ୍ୟୁରୋ :  ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବିମାନବନ୍ଦରରେ ପହଞ୍ଚିବା ପରେ ନଡ୍ଡାଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ରାଜ୍ୟ ବିଜେପି କର୍ମୀ । ନାଚ, ଗୀତ, ପାରମ୍ପରିକ ବାଦ୍ୟ ସହ କରାଯାଇଛି ସ୍ୱାଗତ । 

ଏବେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ଏଜି ଛକରେ ଥିବା ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଣ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ନଡ୍ଡା । ଏହା ପରେ ବୁଦ୍ଧିଜୀବୀ ସମ୍ମଳନୀରେ ଯୋଗଦେଇ ଦଳର ସଦସ୍ୟତା ଅଭିଯାନ ସମ୍ପର୍କରେ ଆଲୋଚନା କରିବେ । ଏଥିରେ ରାଜ୍ୟର ବିଭିନ୍ନ ଗୋଷ୍ଠୀ, ସଂଗଠନ ଓ ଅନୁଷ୍ଠାନର ପ୍ରତିନିଧିତ୍ବ କରୁଥିବା ବିଶିଷ୍ଟ ବ୍ୟକ୍ତି ଯୋଗଦେବେ । ମଧ୍ୟାହ୍ନରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ରାଜ୍ୟ ପଦାଧିକାରୀଙ୍କ ସହ ସଦସ୍ୟତା ଅଭିଯାନ ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।  ବର୍ତମାନ ରାଜ୍ୟରେ ବିଜେପିର ସଦସ୍ୟତା ଅଭିଯାନ ଜାରି ରହିଛି ଏବଂ ଏକ କୋଟି ସଦସ୍ୟ ସଂଗ୍ରହ କରିବା ଲକ୍ଷ ରଖିଛି ରାଜ୍ୟ ବିଜେପି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe