ନଡ୍ଡା ଛିଣ୍ଡାଇବେ ଅଡୁଆ ଅଙ୍କ: ବିଜେପିର କବାଟକିଳା ବୈଠକ

Advertisment

ମୋହନ ସରକାରକୁ ଆଠ ମାସ ବିତିଲାଣି । ହେଲେ ନିଗମ, ବୋର୍ଡ ଓ ରାଜ୍ୟସଭାପତି ନିର୍ବାଚନ ପ୍ରକ୍ରିୟା ଝୁଲି ରହିଛି । ଆଜି, କାଲି କହି ରାଜ୍ୟ ସଭାପତି ନିର୍ବାଚନ ପ୍ରକ୍ରିୟା ବି ଆରମ୍ଭ ହୋଇପାରିନି ।

ମୋହନ ସରକାରକୁ ଆଠ ମାସ ବିତିଲାଣି । ହେଲେ ନିଗମ, ବୋର୍ଡ ଓ ରାଜ୍ୟସଭାପତି ନିର୍ବାଚନ ପ୍ରକ୍ରିୟା ଝୁଲି ରହିଛି । ଆଜି, କାଲି କହି ରାଜ୍ୟ ସଭାପତି ନିର୍ବାଚନ ପ୍ରକ୍ରିୟା ବି ଆରମ୍ଭ ହୋଇପାରିନି ।

92nadda

Photograph: (kanak news )

କନକ ବ୍ୟୁରୋ: ମୋହନ ସରକାରକୁ ଆଠ ମାସ ବିତିଲାଣି । ହେଲେ ନିଗମ, ବୋର୍ଡ ଓ ରାଜ୍ୟସଭାପତି ନିର୍ବାଚନ ପ୍ରକ୍ରିୟା ଝୁଲି ରହିଛି । ଆଜି, କାଲି କହି ରାଜ୍ୟ ସଭାପତି ନିର୍ବାଚନ ପ୍ରକ୍ରିୟା ବି ଆରମ୍ଭ ହୋଇପାରିନି । ଏପରି ସ୍ଥିତିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶା ଗସ୍ତରେ ଆସି ଦଳର ତୁଙ୍ଗ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି । ଆଗକୁ ବିଜେପିର ସାଂଗଠନିକ ନିର୍ବାଚନର ଅଚଳାବସ୍ଥା ତୁଟିବ ବୋଲି ଆଶା କରାଯାଉଛି ।

ମୋହନ ସରକାରକୁ ଆଠ ମାସ ବିତିଲାଣି । ହେଲେ ନିଗମ, ବୋର୍ଡ ଓ ରାଜ୍ୟସଭାପତି ନିର୍ବାଚନ ପ୍ରକ୍ରିୟା ଝୁଲି ରହିଛି । ଆଜି, କାଲି କହି ରାଜ୍ୟ ସଭାପତି ନିର୍ବାଚନ ପ୍ରକ୍ରିୟା ବି ଆରମ୍ଭ ହୋଇପାରିନି । ଏପରି ସ୍ଥିତିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶା ଗସ୍ତରେ ଆସି ଦଳର ତୁଙ୍ଗ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି । ଆଗକୁ ବିଜେପିର ସାଂଗଠନିକ ନିର୍ବାଚନର ଅଚଳାବସ୍ଥା ତୁଟିବ ବୋଲି ଆଶା କରାଯାଉଛି । 

ସରକାର ଗଠନର ଆଠ ମାସ ପରେ ବି ବୋର୍ଡ, ନିଗମଠାରୁ ଆରମ୍ଭ କରି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଭଳି ଅଡୁଆ ସୁତାରେ ଛନ୍ଦି ହୋଇ ରହିଛି ମୋହନ ସରକାର। ସ୍ଥିତି ଏମିତି ଯେ ରାଜ୍ୟ ସଭାପତି ନିର୍ବାଚନ ପ୍ରକ୍ରିୟା ମଧ୍ୟ ଆଗେଇ ପାରୁନାହିଁ। ଏଭଳି ସ୍ଥଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ରାଜ୍ୟ ନେତୃତ୍ବଙ୍କ ସହ ଆଲୋଚନା କରିଛନ୍ତି। ଦୁଇ ଦିନିଆ ଓଡିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଆସି ବରିଷ୍ଠ ନେତାଙ୍କ ସହ ରୁଦ୍ଧ ଦ୍ବାର ବୈଠକ କରିଛନ୍ତି। କୁହାଯାଉଛି, ବୈଠକରେ ବୋର୍ଡ ନିଗମ, ରାଜ୍ୟ ସଭାପତି ଏବଂ ମନ୍ତ୍ରୀ ମଣ୍ଡଳ ଭଳି ଗୁରୁତ୍ୱପୁର୍ଣ ନିଷ୍ପତିରେ ମୋହର ମାରିବେ ନଡ୍ଡା। 

ବୋର୍ଡ, ନିଗମ ପଦବୀ ପୂରଣ ଏବଂ କ୍ୟାବିନେଟ ସମ୍ପ୍ରସାରଣ ଭଳି କାର୍ଯ୍ୟକୁ ଆଗକୁ ବଢାଇବା ପାଇଁ କେନ୍ଦ୍ରରୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ ଦୁଇ ଥର ଓଡିଶା ଆସି ବୈଠକ କରିଛନ୍ତି। କୁହାଯାଉଛି, ବୈଠକରେ ୧୪୦ ଜଣିଆ ନେତାଙ୍କ ଥଇଥାନ ପାଇଁ ତାଲିକା ଚୂଡାନ୍ତ ହୋଇଛି। ତାଲିକାରେ ଦିଲ୍ଲୀ ମୋହର ବାଜିବାକୁ ବାକି ରହିଛି। ଅନ୍ୟପଟେ ରାଜ୍ୟ ସଭାପତି ନିର୍ବାଚନ ଲାଗି ଓଡ଼ିଶା ବିଜେପି ନିର୍ବାଚନ ଅଧିକାରୀ ସଞ୍ଜୟ ଜୟସ୍ୱାଲ ଓଡିଶା ଆସିବାର ଅଛି । ରାଷ୍ଟ୍ରୀୟ ସଭାପତିଙ୍କ ବୈଠକ ପରେ ଏଥିରେ ଗତି ମିଳିବ ବୋଲି ସୂଚନା ରହିଛି । 

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ ରାଜ୍ୟ ବିଜେପିର ମଂଗୁଆଳ ଚୟନ ପାଇଁ ବାଟ ଫିଟାଇବ ବୋଲି ଆଶା କରାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe