କନକ ବ୍ୟୁରୋ : ଭୁବନେଶ୍ବରରେ ପଂହଚିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେପି ଜାତୀୟ ସଭାପତି ଜେ.ପି ନଡ୍ଡା । ଦୁଇଦିନର ରହଣି ସମୟରେ ସେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ । ରାଜ୍ୟ ନେତୃତ୍ୱ ସହ ସାଙ୍ଗଠନିକ ସ୍ଥିତି ନେଇ ହୋଇପାରେ ଆଲୋଚନା । ସଙ୍ଗଠନ ଓ ସମନ୍ବୟ ଜେ.ପି .ନଡ୍ଡା ରାଜ୍ୟ ପଦାଧିକାରୀଙ୍କ ସହ ଆଲୋଚନା କରିପାରନ୍ତି । ବିଜେପି ପ୍ରଥମ ଥର ଲାଗି ରାଜ୍ୟରେ କ୍ଷମତାକୁ ଆସିବା ପରେ ସରକରା ଓ ସଙ୍ଗଠନ ମଧ୍ୟରେ ସମନ୍ୱୟ ରହୁନଥିବା ଅଭିଯୋଗ ହୋଇଆସୁଛି ।
ବିଜେପି ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହୋଇପାରୁନାହିଁ । ମନ୍ଚ୍ରିମଣ୍ଡଳ ବି ସଂପ୍ରସାରଣ ହୋଇପାରୁନି । ବୋର୍ଡ ଓ ନିଗମ ଅଧ୍ୟକ୍ଷ ପଦ ଖାଲିପଡିଛି । ବୋର୍ଡ ଓ ନିଗମ ଅଧ୍ୟକ୍ଷ ପଦରେ ପାଇଁ ଗତକାଲି ବିଭିନ୍ନ ନେତାଙ୍କ ନାଁରେ ମୋହର ବାଜିଛି । କିନ୍ତୁ ଏ ଯାଏଁ ନାଁ ଘୋଷଣା ହୋଇନାହିଁ । କେନ୍ଦ୍ରୀୟ ନେତୃତ୍ବଙ୍କ ଗ୍ରୀନ ସିଗ୍ନନାଲକୁ ଅପେକ୍ଷା କରାଯାଇଛି । ତେଣୁ ଏସବୁକୁ ନେଇ ନଡ୍ଡା ଆଲୋଚନା କରିଛନ୍ତି ।