ଉତ୍ତରପ୍ରଦେଶରେ ଚାଞ୍ଚଲ୍ୟ: ସାମ୍ବାଦିକଙ୍କୁ ଦିଆଯାଉଥିଲା ମାନସିକ ନିର୍ଯାତନା

ଖବର କାଗଜ ସାମ୍ବାଦିକଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଥିଲା ପ୍ରଶାସନ, ଏ ନେଇ ଲାଇଭ୍‌ ଭିଡିଓରେ କହିଛନ୍ତି ଇସରାର । ସାମ୍ବାଦିକ ଇସରାର ହୁସେନ୍‌ ଓ ତାଙ୍କ ପତ୍ନୀ ମିରାଜ ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି ।

63jjj

Photograph: (kanak news)

କନକ ବ୍ୟୁରୋ: ଉତ୍ତରପ୍ରଦେଶରେ ଚାଞ୍ଚଲ୍ୟ । ସାମ୍ବାଦିକ ଇସରାରଙ୍କୁ ଆତ୍ମହତ୍ୟା କରିବାକୁ କରାଯାଉଥିଲା ବାଧ୍ୟ । ଆତ୍ମହତ୍ୟା ପୂର୍ବରୁ ଭିଡିଓ ଜରିଆରେ ଅଭିଯୋଗ ଆଣିବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନ୍ୟାୟ ମିଳିବା ନେଇ ଅପିଲ କରିଛନ୍ତି । ଏହି ଅଭିଯୋଗ ଆସିଛି ଉତ୍ତରପ୍ରଦେଶର ପିଲିଭିତ ପ୍ରାଶାସନିକ ଅଧିକାରୀଙ୍କ ନାଁରେ । ଖବର କାଗଜ ସାମ୍ବାଦିକଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଥିଲା ପ୍ରଶାସନ, ଏ ନେଇ ଲାଇଭ୍‌ ଭିଡିଓରେ କହିଛନ୍ତି ଇସରାର । ସାମ୍ବାଦିକ ଇସରାର ହୁସେନ୍‌ ଓ ତାଙ୍କ ପତ୍ନୀ ମିରାଜ ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି । ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ଏକ ଭିଡିଓ ମାଧ୍ୟମରେ ସବୁ କଥା ବଖାଣିଥିଲେ ସାମ୍ବାଦିକ ଜଣକ । ଭିଡିଓରେ ଇସରାର ଏବଂ ତାଙ୍କ ପତ୍ନୀ ବରଖେଡା ନଗର ପଞ୍ଚାୟତର ଅଧିକାରୀ ବିସାଲପୁର ଏସଡିଏମ୍ ନଗେନ୍ଦ୍ର ପାଣ୍ଡେ ଏବଂ ଠିକାଦାର ମୋଇନ ହୁସେନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ । ଇସରାର କହିଛନ୍ତି ଯେ ସେ ବରଖେଡା ନଗର ପଞ୍ଚାୟତରେ ରାସ୍ତା ନିର୍ମାଣରେ ଅନିୟମିତତାର ଏକ ରିପୋର୍ଟ ପ୍ରକାଶ କରିଥିଲେ, ଯାହା ଯୋଗୁଁ ତାଙ୍କ ବିରୁଦ୍ଧରେ ଏକ ମିଥ୍ୟା ମାମଲା ରୁଜୁ କରାଯାଇଥିଲା । ଫଳରେ ତାଙ୍କୁ ସବୁବେଳେ ହଇରାଣର ସମ୍ମୁଖୀନ ହେବାକୁ ପଡିଥିଲା । 

କାହିଁକି ବିଷ ପିଇଲେ ସାମ୍ବାଦିକ?
ରାସ୍ତା ନିର୍ମାଣରେ ଅନିୟମିତତା ନେଇ ରିପୋର୍ଟ କରିଥିଲେ ଇସରାର୍ 
ଠିକାଦାର ଓ ନଗର ପଞ୍ଚାୟତ ଅଧ୍ୟକ୍ଷଙ୍କ ନାଁରେ ଉଠାଇଥିଲେ ସ୍ବର
ଖବର ପ୍ରସାରଣ ପରେ ଇସରାର୍‌ଙ୍କ ଉପରେ ବଢ଼ିଥିଲା ଚାପ
ସାମ୍ବାଦିକଙ୍କ ବିରୋଧରେ ବଟି ଆଦାୟ ଅଭିଯୋଗ କରିଥିଲେ ଠିକାଦାର 
୧୫୦୦୦ ଟଙ୍କା ବଟି ମାଗୁଥିବା ନେଇ ହୋଇଥିଲା ଅଭିଯୋଗ 
ବରଖେଡ଼ା ପୁଲିସ ଷ୍ଟେସନ୍‌ରେ ଅଭିଯୋଗ କରିଥିଲେ ଠିକାଦାର
ମାମଲା ପରେ ପତ୍ନୀ ମିରାଜଙ୍କ ସହ ଫେରାର୍ ଥିଲେ ସାମ୍ବାଦିକ 
ପୁଲିସ ଇସରାର୍‌ଙ୍କ ଘରେ କରୁଥିଲା ଲଗାତାର ଚଢ଼ଉ
ବିଚଳିତ ହୋଇ ସାମ୍ବାଦିକ ଓ ତାଙ୍କ ପତ୍ନୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି
ଇସରାର୍‌ଙ୍କ ସହଯୋଗୀ ମାମଲାଟି ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି
‘ଇସରାର୍‌ କେବେ ଠିକାଦାରଙ୍କୁ ଭେଟି ନଥିଲେ କି ଟଙ୍କା ମାଗିନାହାନ୍ତି’  
‘ଖବର ପ୍ରସାରଣ ପରେ ରାତାରାତି ହୋଇଥିଲା ମାମଲା, ବଢ଼ିଥିଲା ଚାପ’
ଇସରାର୍‌ ନିର୍ଦ୍ଦୋଷ, ତାଙ୍କୁ ଫସାଯାଇଛି: ସହଯୋଗୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe