କନକ ବ୍ୟୁରୋ: ବିଧାନସଭାରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା । ବିଧାନସଭା ପ୍ରଶ୍ନକାଳରେ ଯେତେବେଳେ ମନ୍ତ୍ରୀମାନେ ବିଧାୟକମାନଙ୍କର ପ୍ରଶ୍ନର ଉତ୍ତର ରଖୁଛନ୍ତି, ସେହି ସମୟରେ ସାମ୍ବାଦିକଙ୍କ ଉପରେ ଲାଗିଛି କଟକଣା । ଗତକାଲିର ଘଟଣା ପରେ, ବୁଧବାର ସାମ୍ବାଦିକମାନେ ଯେତେବେଳେ ବିଧାନସଭା ପ୍ରଶ୍ନକାଳକୁ ପ୍ରସାରଣ କରିବାକୁ ବିଧାନସଭାରେ ପହଞ୍ଚିଥିଲେ, ସେହି ସମୟରେ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକ ଲଫାପା ଦିଆଯିବା ସହିତ, ଏହି ଲଫାପାରେ ଫୋନ୍ ରଖି ପ୍ରେସ୍ ଗ୍ୟାଲେରୀକୁ ଯିବା ପାଇଁ କୁହାଯାଇଥିଲା । ଯାହା ଫଳରେ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ପ୍ରଶ୍ନକାଳକୁ ବୟକଟ୍ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତକାଲି ବିଧାନସଭା ଭିତରେ ବିଧାୟକମାନଙ୍କର ମାରପିଟ୍ ହେବା ଭିଡିଓ ଭାଇରାଲ ହେଇଥିଲା । ଆଉ ଏହାପରେ ଆଜି ସାମ୍ବାଦିକଙ୍କ ଉପରେ ଲାଗିଛି କଟକଣା । ମଙ୍ଗଳବାର ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ହାତାହାତି ହେଇଥିଲେ । ଏହାପରେ ଗୃହରେ ଆରମ୍ଭ ହେଇଯାଇଥିଲା ବିଧାୟକମାନଙ୍କର ଗଣ୍ଡଗୋଳ । ପରସ୍ପରକୁ ଧକ୍କା ଦେବା ସହିତ, ଗୃହରେ ହୋ ହଲ୍ଲା କରିଥିଲେ ବିଧାୟକ, ଯାହାର ଖବର ପ୍ରସାରଣ କରିଥିଲା ଗଣମାଧ୍ୟମ । ହେଲେ ଏହାପରେ ଆଜିର ଏ କଟକଣା ହେବା ଦ୍ୱାରା, ସାମ୍ବାଦିକମାନେ ପ୍ରଶ୍ନକାଳକୁ ବୟକଟ୍ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/03/12/eJdfvJt4IJU6NcU8uTPe.jpg)