ଧାରଣାରୁ ଓହରିଲେ ସାମ୍ବାଦିକ ; ସୂର୍ଯ୍ୟବଂଶୀ ସୂରଜ ବୁଝାଇବା ପରେ ମାନିଲେ ସାମ୍ବାଦିକ

ଧାରଣାରୁ ଓହରିଲେ ସାମ୍ବାଦିକ ; ସୂର୍ଯ୍ୟବଂଶୀ ସୂରଜ ବୁଝାଇବା ପରେ ମାନିଲେ ସାମ୍ବାଦିକ , ଏପଟେ ତାରାଙ୍କ ପାଇଁ ଧାରଣାରେ କଂଗ୍ରେସ ବିଧାୟକ

journalists on protest

journalists on protest Photograph: (KanakNews)

କନକ ବ୍ୟୁରୋ: ଧାରଣାରୁ ଓହରିଲେ ସାମ୍ବାଦିକ । ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜଙ୍କ ବୁଝାସୁଝା ପରେ ଧାରାଣରୁ ଓହରିଛନ୍ତି । ବିଧାନସଭାକୁ ସାମ୍ବାଦିକଙ୍କ ମୋବାଇଲ ମନାକୁ ନେଇ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ ସାମ୍ବାଦିକ । ବିଧାନସଭା ପ୍ରେସ ଗ୍ୟାଲେରିକୁ ଆଜି ସାମ୍ବାଦିକମାନଙ୍କୁ ମୋବାଇଲ ନେବାକୁ ବାରଣ କରାଯାଇଥିଲା। ଯାହାକୁ ବିରୋଧ କରିବା ବିଧାସଭାରେ ପ୍ରଶ୍ନକାଳକୁ ବଏକଟ କରିଛନ୍ତି ସାମ୍ବାଦିକ। ପୂର୍ବରୁ ସମାନ ଢଙ୍ଗରେ ବିଧାନସଭାକୁ ସାମ୍ବାଦିକଙ୍କ କ୍ୟାମେରା ଉପରେ କଟକଣା ଲଗାଇଥିଲେ ପୂର୍ବ ସରକାର। ଆଉ ଏବେ ବିଜେଡି ଭଳି ବିଜେପି ମଧ୍ୟ ସାମ୍ବାଦିକଙ୍କ ମୋବାଇଲ ଉପରେ କଟକଣା ଲଗାଇଛି।

ସେପଟେ ବିଧାୟକ ତାରା ବାହିନୀପତିଙ୍କ ନିଲମ୍ବନ ବିରୋଧରେ ଧାରଣା ଦେଇଛନ୍ତି କଂଗ୍ରେସ ବିଧାୟକ । ବିଧାନସଭା ବର୍ଜନ କରି ଗାନ୍ଧୀମୂର୍ତ୍ତି ତଳେ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ । ତାରାଙ୍କୁ ନିଲମ୍ବନ ଅଗଣତାନ୍ତ୍ରିକ କହିଛି କଂଗ୍ରେସ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe