କନକବ୍ୟୁରୋ : ଉତ୍ତର ବିହାରର ସିୱାନରେ ଗୁରୁବାର ରାତିରେ ଏକ ପ୍ରମୁଖ ହିନ୍ଦୀ ଖବରକାଗଜର ସାମ୍ବାଦିକଙ୍କ ଉପରେ ଅପରାଧୀ ଗୁଳିମାଡ଼ କରିଛନ୍ତି। ଗୁରୁତର ଅବସ୍ଥାରେ ସମ୍ପୃକ୍ତ ସାମ୍ବାଦିକଙ୍କୁ ପାଟନା ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ପୁଲିସ ସୂଚନା ଅନୁଯାୟୀ ମୋଟର ସାଇକେଲରେ ଦୁଇ ଜଣ ଦୁର୍ବୃତ୍ତ ଆସି ଭବାନୀ ମୋର୍‌ଠାରେ ସାମ୍ବାଦିକ ରମେଶ ସିଂହଙ୍କ ଉପରକୁ ଅନ୍ଧାଧୂନ ଗୁଳିମାଡ଼ କରିଥିଲେ ।  ସାମ୍ବାଦିକ ରମେଶଙ୍କ ପେଟରେ ଗୋଟିଏ ଗୁଳି ବାଜିଥିବା ବେଳେ ସେ ଘଟଣାସ୍ଥଳରେ ଅଚେତ ହୋଇ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ତୁରନ୍ତ ସିୱାନର ସଦର ହସ୍ପିଟାଲକୁ ନେଇ ଯାଇଥିଲେ । 

Advertisment

ଅଧିକ ପଢନ୍ତୁ... ତାମିଲନାଡ଼ୁରେ ୪୦ ବର୍ଷ ହେଲା ଅନ୍ଧକାରରେ ୩୬୦ ଦଳିତ ପରିବାର

ପରେ ତାଙ୍କୁ ପାଟନା ରେଫର କରାଯାଇଥିଲା । ପୁଲିସ ଘଟଣାର ତଦନ୍ତ କରୁଛି ।  ଘଟଣାସ୍ଥଳରେ ଫୋରେନସିକ ଯାଞ୍ଚ ଦଳ ପହଞ୍ଚି ଗୁରୁତ୍ବପୂର୍ଣ୍ଣ ପ୍ରମାଣ ସଂଗ୍ରହ କରିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ,ସିଂହ ଯଶୌଲିର ବାସିନ୍ଦା ହୋଇଥିବାବେଳେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପାକଡି ବଙ୍ଗାଳି ଯାଇଥିଲେ । ଏହି ଗୁଳିକାଣ୍ଡର କାରଣ ଖୋଜାଯାଉଥିବା ସ୍ଥାନୀୟ ଏସ୍‌ପି ସୂଚନା ଦେଇ କହିଛନ୍ତି  ।  ଏହି ଘଟଣା ୨୦୧୬ ମସିହାରେ ସାମ୍ବାଦିକ ରାଜ ଦେଓ ରଞ୍ଜନଙ୍କ ହତ୍ୟାକାଣ୍ଡ କଥା ମନେ ପକାଇ ଦେଇଛି ।