କନକବ୍ୟୁରୋ : ଛତିଶଗଡ ସାମ୍ବାଦିକ ମୁକେଶ ଚନ୍ଦ୍ରାକର ହତ୍ୟା ମାମଲା । ହାଇଦ୍ରାବାଦରୁ ପୁଲିସ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ୨୦୦ ସିସି ଟିଭି ଏବଂ ୩୦୦ ମୋବାଇଲ ନମ୍ବର ଟ୍ରାକିଂ କରିବା ପରେ ପୁଲିସ ମାଷ୍ଟର ମାଇଣ୍ଡକୁ ଗିରଫ କରିବାରେ ସଫଳ ହୋଇଛି । ସାମ୍ବାଦିକ ଙ୍କ ଶବ ବ୍ୟବଚ୍ଛେଦ ପରେ ବଡ ତଥ୍ୟ ସାମ୍ନାକୁ ଆସିଛି। ମୁକେଶଙ୍କୁ ଅତି ନୃଶଂସ ଭାବରେ ହତ୍ୟା କରାଯାଇଛି ।  ତାଙ୍କ ଶରୀରରେ ୫ଟି ଫ୍ରାକ୍ଚର ରହିଛି ।

Advertisment

ହାର୍ଟରେ ଫାଟ ରହିଥିବାବେଳେ ବେକ ମଧ୍ୟ ମୋଡି ଭାଙ୍ଗି ଦେଇଥିଲେ ହତ୍ୟାକାରୀ । ଶୁକ୍ରବାର ଦିନ ଛତିଶଗଡ଼ର ବିଜାପୁର ଜିଲାରେ ଏହି ଘଟଣା ଘଟିଥିଲା। ପୁଲିସ ଜଣେ ଠିକାଦାରଙ୍କ ବାସଭବନ ପରିସରରେ ଥିବା ସେପ୍‌ଟିକ ଟାଙ୍କିରୁ ସାମ୍ବାଦିକଙ୍କ ମୃତଦେହ ଜବତ କରିଥିଲା । ମୁକେଶ ଚନ୍ଦ୍ରାକର ବସ୍ତର ଜଙ୍କସନ ନାମକ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଚଳାଉଥିବାବେଳେ ଏକ ଜାତୀୟ ଗଣମାଧ୍ୟମରେ ବି ସାମ୍ବାଦିକତା କରୁଥିଲେ  । 

ଚନ୍ଦ୍ରାକର ଗତ ୧ ତାରିଖ ରାତିରୁ ନିଖୋଜ ଥିଲେ। ତାଙ୍କ ବଡ଼ ଭାଇ ୟୁକେଶ ଚନ୍ଦ୍ରାକର ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ ତାଙ୍କୁ ଖୋଜିବା ଆରମ୍ଭ କରିଥିଲା। ମୁକେଶଙ୍କ ମୋବାଇଲ ନମ୍ବରର ବୈଷୟିକ ଯାଞ୍ଚ କରାଯିବା ପରେ ଶେଷ ଥର ପାଇଁ ତାଙ୍କ ଲୋକେସନ ଜଣେ ଠିକାଦାରଙ୍କ ବାସଭବନ ପରିସର ଥିଲା ବୋଲି ଜଣାପଡ଼ିଥିଲା। ଏହା ପରେ ପୁଲିସ ସମ୍ପୃକ୍ତ ଠିକାଦାରଙ୍କ ବାସଭବନକୁ ଯାଇ ଯାଞ୍ଚ କରିଥିଲା। ପୁଲିସ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ।
---

ସାମ୍ବାଦିକଙ୍କୁ ବୀଭତ୍ସ ହତ୍ୟା – ଡିଏସକେ 
ଛତିଶଗଡ ସାମ୍ବାଦିକ ମୁକେଶଙ୍କୁ ଅତି ବିଭତ୍ସ ହତ୍ୟା
ମାମଲାରେ ୩ଜଣଙ୍କୁ ଗିରଫ କରିଛି
ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କ ବୟାନ
୧୨ବର୍ଷ କ୍ୟାରିୟର ଭିତରେ ଏମିତି ହତ୍ୟାକାଣ୍ଡ ଦେଖିନି
ଲିଭରକୁ ୪ଖଣ୍ଡ କରାଯାଇଥିଲା
୫ଟି ହାଡକୁ ଭଙ୍ଗା ଯାଇଛି
ମୁଣ୍ଡରେ ମିଳିଛି ୧୫ଟି କ୍ଷତ ଚିହ୍ନ
ବେକକୁ ଭାଙ୍ଗିଥିଲେ ଅପରାଧୀ
ଆକ୍ରମଣରେ ଛାତିରେ ଗଭୀର କ୍ଷତ
ଭାଇ ସାଜିଥିଲା ଭାଇ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ
ଫେରାର ଥିବା ଭାଇ ସୁରେଶ ଚନ୍ଦ୍ରାକାରଙ୍କୁ ହାଇଦ୍ରାବାଦରେ ଗିରଫ
ହାଇଦ୍ରାବାଦରେ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଆଇଟି 
ସୂଚନା ଦେଲେ  ବିଜାପୁର ଏସପି